ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ସଶକ୍ତ ହେଉଛି ବିଜେଡି: ବିଜେଡିରେ ସାମିଲ୍ ହେଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ। ରାଜ୍ୟ ବିଜୁ ଯୁବ କାର୍ଯ୍ଯାଳୟରେ ଶହଶହ ସମର୍ଥକଙ୍କ ଶହ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଶିବିୟାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡିର ଏହି ମହାମିଶ୍ରଣ ପର୍ବରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । କାର୍ଯ୍ଯକ୍ରମରେ ସୁନ୍ଦରଗଡ଼ ପର୍ଯ୍ଯବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ, ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ, ଖଦି ବୋର୍ଡ଼ ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସହ ପର୍ଯ୍ଯବେକ୍ଷକ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜେଏମଏମର ଜଣେ ଆଗ ଧାଡିର ନେତା ଥିବା ଶିବିୟାନ ଆଇଣ୍ଡ ବିଜେଡ଼ିରେ ମିଶିବା ଦ୍ୱାରା ଦଳ ସୁଦୃଢ ହେବା ନେଇ ମତପ୍ରକାଶ କରିଛନ୍ତି ଉପସ୍ଥିତ ବିଜେଡ଼ି ନେତା ।

Leave A Reply

Your email address will not be published.