ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିରେ ମିଶିଲେ ଶତାଧିକ ଜେଏମଏମ ନେତା ଓ କର୍ମୀ

ଭୁବନେଶ୍ୱର: ବିଜୁ ଜନତା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି  ମେଗା ମିଶ୍ରଣ ପର୍ବ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ମୟୁରଭଞ୍ଜର ଶତାଧିକ ଜେଏମଏମ ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି ।  ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି କର୍ମୀ ।

ମିଶ୍ରଣ ପର୍ବରେ ରାଜ୍ୱସ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଥିଲେ । ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ , ଜେଏମଏମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସଂପାଦକ, କୁସୁମୀ ବ୍ଲକ ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବିଜେଡିରେ ମିଶିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ତାଙ୍କ ନୀତି ଆଦର୍ଶ ଓ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ୱରେ ଆମେ ବିଜେଡିରେ ଯୋଗ ଦେଲୁ। ମୋଦି ସରକାର ଆଦିବାସୀଙ୍କ ପାଇଁ ଯେଉଁ ନୀତି କରୁଛନ୍ତି, ସେଥିରେ ନବୀନଙ୍କ ବିକଳ୍ପ ନାହିଁ ବୋଲି କହିଛନ୍ତି ଦଳରେ ମିଶିଥିବା ନେତା ।

Leave A Reply

Your email address will not be published.