ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଓ ପ୍ଲାଟଫର୍ମସ୍ ‘ଟାଇମସ୍ ପତ୍ରିକା’ର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ସାମିଲ

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କମ୍ପାନୀ  ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାମ ସାମିଲ କରାଯାଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି । ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କମ୍ପାନୀ ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି । ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରୁଛନ୍ତି । ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ ରାଶି ଆସିଛି । ଏହା ଜିଓର ଦ୍ରୁତ ଗତିରେ ହେଉଥିବା ବୃଦ୍ଧିର ମୂଲ୍ୟ ଓ କ୍ଷମତାକୁ ପ୍ରତିଫଳିତ କରୁଛି । ଜିଓ ପ୍ଲାଟଫର୍ମସ୍ ତରଫରୁ ଫେସବୁକ୍ ସହ ମିଳିତ ଉଦ୍ୟମରେ ହ୍ୱାଟସ୍‌ଆପ୍ ଆଧାରିତ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରାଯାଇଛି । ସେହିପରି ସୁଲଭ ମୂଲ୍ୟର ୫ଜି ଫୋନ୍ ତିଆରି କରିବା ଲାଗି ଗୁଗୁଲ୍ ସହିତ ମିଶି ରିଲାଏନ୍ସ ଜିଓ କାର୍ଯ୍ଯ କରୁଛି ।

ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଜିଓକୁ ଇନୋଭେଟର୍ସ ବର୍ଗରେ ରଖାଯାଇଛି । ଜିଓ ପ୍ଲାଟଫର୍ମସ୍ ହେଉଛି ଭାରତର ଏକମାତ୍ର କଂପାନି ଯାହାକୁ ଇନୋଭେଟର୍ସ ଶ୍ରେଣୀରେ ସ୍ଥାନ ମିଳିଛି । ଏହି ବର୍ଗରେ ନେଟ୍‌ଫ୍ଲିକ୍ସ, ନିଟେଂଣ୍ଡୋ, ମଡର୍ଣ୍ଣା, ଦି ଲୋଗ୍ ଗ୍ରୁପ୍‌, ସ୍ପଟିଫାଇ ଭଳି ଅନେକ ବିଶ୍ୱସ୍ତରୀୟ କଂପାନି ରହିଛନ୍ତି ।

ତାଲିକାରେ ରିଲାଏନ୍ସ ଜିଓ ବ୍ୟତୀତ ଭାରତରେ ଶିକ୍ଷା କ୍ଷେତ୍ରରେ କାର୍ୟ୍ୟ କରୁଥିବା କଂପାନି ବାଇଜୁସ୍‌ର ନାମ ମଧ୍ୟ ସାମିଲ କରାଯାଇଛି । ଏହି ତାଲିକାରେ ସ୍ୱାସ୍ଥ୍ୟ ଦେଖାଶୁଣା, ମନୋରଂଜନ, ପରିବହନ, ଉଦ୍ୟୋଗିକ ସମେତ ବିଭିନ୍ନ କ୍ଷେତ୍ରର କଂପାନିଗୁଡ଼ିକୁ ସାମିଲ କରାଯାଇଛି । ପତ୍ରିକା ଅନୁସାରେ ପ୍ରାସଙ୍ଗିକତା, ପ୍ରଭାବ, ନବାଚାର, ନେତୃତ୍ୱ, ମହତ୍ୱକାଂକ୍ଷା ଓ ସଫଳତା ସହିତ ପ୍ରମୁଖ ମାନକର ମୂଲ୍ୟାୟନ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.