ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଓ ପକ୍ଷରୁ ଓଡ଼ିଶାରେ ‘ଟ୍ରୁ-୫ଜି’ର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହର ସାମିଲ

୨୦୨୩ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାର ଆଉ ୫ଟି ସହରରେ ଜିଓ 'ଟ୍ରୁ-୫ଜି'ର ହେବ ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ ‘ଟ୍ରୁ-୫ଜି’ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଓ ଟ୍ରୁ-୫ଜିର ପ୍ରତିଶ୍ରୁତିପୂର୍ଣ୍ଣ ବ୍ୟବହାରର ଅନୁଭୂତି ମଧ୍ୟ ହାସଲ କରିଛନ୍ତି। ଆଜିଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ରୁପାର ସହର କଟକ ଜିଓ ଟ୍ରୁ-୫ଜି ସେବା ହାସଲ କରିବାରେ ଓଡ଼ିଶାର ପ୍ରଥମ ସହର ହୋଇଛନ୍ତି ।

ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ୫ଜି ସେବାର ଉଦ୍‌ଘାଟନ କରାଯାଇଥିବା ବେଳେ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରାଯାଇଛି ଯେଉଁଠାରେ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୫ଜି ର ଉପଯୋଗୀତା ପ୍ରଦର୍ଶନ ସହିତ ଶିକ୍ଷା, କ୍ଲାଉଡ୍ ଗେମିଂ, ସ୍ମାର୍ଟ ଅଫିସ୍‌, ସ୍ମାର୍ଟ ସିଟି, ସ୍ମାର୍ଟ ମିଟରିଂ ଓ ଲାଇଟିଙ୍ଗ୍ ଏବଂ ବୈପ୍ଳବିକ ଏଆର-ଭିଆର ଡିଭାଇସ୍ ଜିଓ ଗ୍ଲାସ୍ ମାଧ୍ୟମରେ ୫ଜିର ଚମତ୍କାର ପ୍ରୟୋଗ ଓ ସୁବିଧାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିବ । ଏହି ଅବସରରେ ୫ଜି ଲ୍ୟାବ୍ ଏବଂ ୫ଜିର ବ୍ୟବହାର ସହଯୋଗିତାକୁ ନେଇ ରିଲାଏନ୍ସ ଜିଓ ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି ।

ବହୁସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ତଥା ପୂର୍ବ ଭାରତର ଆଇଟି ଓ ଶିକ୍ଷା ହବ୍ ଭାବେ ପରିଚିତ ଭୁବନେଶ୍ୱରରେ ଜିଓ ଟ୍ରୁ-୫ଜି ଉଭୟ ନାଗରିକ ଏବଂ ସହର ପରିଦର୍ଶନକାରୀମାନଙ୍କୁ ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ଓ ବାସ୍ତବରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ଜିଓର ଟ୍ରୁ-୫ଜି ଡାଟା ଭୁବନେଶ୍ୱରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଛି ଯେତେବେଳେ ଭାରତର ଏହି ଦ୍ରୁତ ଉଦୀୟମାନ କ୍ରୀଡ଼ା ରାଜଧାନୀ ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି । ସେହିପରି, ୧୦୦୦ ବର୍ଷ ପୁରୁଣା ଐତିହାସିକ କଟକ ସହରର ଜନସାଧାରଣ ଏବେ ପରବର୍ତୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ହାସଲ କରିପାରିବେ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦ୍ୱେତ ସହର ଭୁବନେଶ୍ୱର ଓ କଟକ ସହ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଓଡଶାରେ ଟ୍ରୁ-୫ଜି ସେବା ଆରମ୍ଭ କରିବା ଆମ ପାଇଁ ଗର୍ବର ବିଷୟ ଏବଂ ଖୁବ୍‌ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ପକ୍ଷରୁ ୨୦୨୩ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାର ପ୍ରତି ତହସିଲ ଓ ତାଲୁକା ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି ।’’

ଓଡ଼ିଶାରେ ଜିଓ ଯେଉଁ ଭଲ ପାଇବା ହାସଲ କରିଛି ତାହାକୁ ନେଇ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଓଡିଶାରେ ବ୍ୟବହାର ହେଉଥିବା ମୋଟ ଡାଟାର ଦୁଇ ତୃତୀୟାଂଶ ବଜାର ଅଂଶ ଜିଓ ଦ୍ୱାରା ପରିଚାଳିତ । ଓଡ଼ିଶାରେ ପ୍ରତି ତିନି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।

ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ଜିଓ ଟ୍ରୁ-୫ଜି ସେବାକୁ ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, ଯାହା ପଛରେ ରହିଛି ଏହି ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଏବଂ ଏହା ପ୍ରଦାନ କରୁଥିବା ଉଲ୍ଲେଖନୀୟ ଲାଭ ।’’
୨୦୨୩ ଜାନୁଆରି ୫ ତାରିଖରୁ ଜିଓ ୱେଲକମ୍ ଅଫରରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ଭୁବନେଶ୍ୱର ଓ କଟକର ଜିଓ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯିବ ।

ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:
୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ
୩. କ୍ୟାରିୟର ଏଗ୍ରିଗେସନ ଭଳି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ୫ଜି ଫ୍ରିକ୍ୟୁଏନ୍‌ସିକୁ ଏହା ଏକ ଏକକ ଦୃଢ଼ ‘ଡାଟା ହାଇୱେ’ ରେ ପରିଣତ କରୁଛି

Leave A Reply

Your email address will not be published.