ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରପଡ଼ା ଜେଲକୁ ମିଳିପାରେ ‘ଇଟ୍‍ ରାଇଟ୍‍ କ୍ୟାମ୍ପସ୍‍ : ଆଜି ଆସିବେ ଯାଞ୍ଚକାରୀ ଟିମ୍‍

ଭୁବନେଶ୍ୱର,୮।୩(ସମିସ): ଝାରପଡ଼ା ଜେଲକୁ ମିଳିବ ‘ଇଟ୍‍ ରାଇଟ୍‍ କ୍ୟାମ୍ପସ ମାନ୍ୟତା। ଜେଲ୍‍ ଭିତରେ ବହୁ ସଂଖ୍ୟାକ ଅନ୍ତେବାସୀ ଖାଦ୍ୟ ଗ୍ରହଣ କରୁଥିବାରୁ ସେମାନଙ୍କୁ ଯେପରି ନିରାପଦ ଓ ଗୁଣବତ୍ତା ଖାଦ୍ୟ ମିଳିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ବୁଧବାର ଜେଲ୍‍କୁ ଖାଦ୍ୟ ଯାଞ୍ଚକାରୀ ଟିମ୍‍ ଆସିବେ। ସେମାନେ ସୁଷମ ଓ ଉତ୍ତମ ଖାଦ୍ୟର ଯେଉଁ ମାନଦଣ୍ଡ ରହିଛି ତାହା ବଜାୟ ରହୁଛି କି ନାହିଁ ତାହାର ଯାଞ୍ଚ କରାଯିବ। ଏହାସହ ଏଫ୍‍ଏସ୍‍ଏସ୍‍ଏଆଇର ଅଡିଟରମାନଙ୍କ ଦ୍ୱାରା ଏସବୁର ଅନୁଧ୍ୟାନ ହେବ। ସେମାନେ ଜେଲ୍‍ର ରୋଷେଇ ଶାଳ, କ୍ୟାଣ୍ଟିନ୍‍ ବୁଲି ଦେଖିବେ। ଏହି ଦୁଇଟି ସ୍ଥାନରେ ପରିଷ୍କାର ଏବଂ ପରିଚ୍ଛନ୍ନତା ମଧ୍ୟ ବୁଲି ଦେଖିବେ। ରୋଷେଇ ଘର ଏବଂ କ୍ୟାଣ୍ଟିନ୍‍ ଯାଞ୍ଚ କରିବେ। ଯଦି ଝାରପଡ଼ା ଜେଲ୍‍ରୁ ଏହି ସାର୍ଟିଫିକେଟ୍‍ ମିଳିଲେ ଏହା ରାଜ୍ୟରେ ପ୍ରଥମ ହେବ। କାରଣ ଅନ୍ୟ କେଉଁ ଜେଲ୍‍କୁ ଫୁଡ୍‍ସେଫ୍ଟି ସାର୍ଟିଫିକେଟ୍‍ ମିଳି ନ ଥିବା ଜଣାପଡ଼ିଛି।

Leave A Reply

Your email address will not be published.