ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଡୁଆରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରଦ୍ଦ ହୋଇପାରେ ବିଧାନସଭା ସଦସ୍ୟତା

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

ସୂଚନା ଅନୁସାରେ, ରାଞ୍ଚିର ଅନଗଡ଼ାରେ ଖଣି ଖନନ ଲିଜ ହେମନ୍ତ ନିଜ ନାଁରେ ନେଇଥିବା ଅଭିଯୋଗ କରିଥିଲେ ବିଜେପି ନେତା । ସେ ସମୟରେ ସୋରନଙ୍କ ପାଖରେ ଖଣି ମନ୍ତ୍ରଣାଳୟ ରହିଥିଲା । ନିକଟରେ ଇଡ଼ି ଖଣି ସଚିବ ପୂଜା ସିଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି । ଯିଏକି ଖଣିର ଲାଇସେନ୍ସ ପ୍ରଦାନ କରିଥିଲେ ।

ଏହି ଘଟଣାରେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ନେତା। ଯେଉଁ ମାମଲାରେ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହୋଇଥିଲା । ଏହି ମାମଲାରେ ଏବେ ନିର୍ବାଚନ ଆୟୋଗ ନିଜ ରାୟକୁ ରାଜ୍ୟପାଳଙ୍କୁ ପଠାଇଛି ।

Leave A Reply

Your email address will not be published.