ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୮୫ ଲକ୍ଷରେ ନିଲାମ ହେଲା ଜେଲେନ୍‌ସ୍କିଙ୍କ ଚର୍ଚ୍ଚିତ ଜ୍ୟାକେଟ୍‌

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କିଙ୍କ ବହୁ ଚର୍ଚ୍ଚିତ ଜ୍ୟାକେଟ ଲଣ୍ଡନରେ ଏକ ଦାତବ୍ୟ ନିଲାମ କାର୍ଯ୍ୟକ୍ରମରେ ବିକ୍ରି ହୋଇଛି। ୯୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୫ ଲକ୍ଷ ଟଙ୍କାରେ ଏହାର ନିଲାମ ହୋଇଛି ବୋଲି ‘ଦି ଟେଲିଗ୍ରାଫ୍‌’ ପ୍ରକାଶ କରିଛି। ଲଣ୍ଡନସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ଟେଟ୍‌ ମଡର୍ଣ୍ଣରେ ଆୟୋଜିତ ‘ବ୍ରେଭ୍‌ ୟୁକ୍ରେନ୍‌ ଫଣ୍ଡ ରାଇଜିଙ୍ଗ୍‌’ ନିଲାମରେ ଏହି ଜ୍ୟାକେଟ ବିକ୍ରି ହୋଇଛି। ନିଲାମରେ ଏହି ଜ୍ୟାକେଟ ପାଇଁ ପ୍ରାରମ୍ଭିକ ଦର ୫୦,୦୦୦ ପାଉଣ୍ଡ ରଖାଯାଇଥିଲା। କିନ୍ତୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ନିଲାମ ଧରିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ଏହାକୁ ଅଧିକ ମୂଲ୍ୟରେ ନିଲାମ କରନ୍ତୁ ବୋଲି ନିବେଦନ କରିଥିଲେ। ଫଳରେ ନିଲାମ ଡାକ ଅଚାନକ ଭାବେ ଦୁଇଗୁଣ ବୃଦ୍ଧି ପାଇଥିଲା। ଶେଷରେ ଜଣେ ବ୍ୟକ୍ତି ଏହାକୁ ୯୦ ହଜାର ପାଉଣ୍ଡରେ କିଣିଥିଲେ।

ଏହାକୁ ନେଇ ରାଷ୍ଟ୍ରପତି ଜେଲେଁସ୍କି ବୋରିସ୍‌ ଜନସନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। କେବଳ ଏହି ନିଲାମ ପାଇଁ ନୁହେଁ ବରଂ ୟୁକ୍ରେନର ଦୁର୍ଦ୍ଦିନ ସମୟରେ ବ୍ରିଟେନର ସହାୟତା ଏବଂ ବିଶେଷକରି ବୋରିସ ଜନସନଙ୍କ କିଭ୍‌ ଗସ୍ତକୁ ସେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଜେଲେଁସ୍କି ସବୁ ସମୟରେ ଏକ ସବୁଜ ଏବଂ ସାମରିକ ପୋଷାକ ଭଳି ମେଣ୍ଢା ଲୋମ ପ୍ରସ୍ତୁତ ଏକ ଜ୍ୟାକେଟ ପରିଧାନ କରିଆସୁଥିଲେ। ଏପରିକି ପରବର୍ତ୍ତୀ ସମୟରେ ବିଭିନ୍ନ ରାଷ୍ଟ୍ରଙ୍କୁ ସମ୍ବୋଧିତ କରିବା ସମୟରେ ମଧ୍ୟ ସେ କେବଳ ଏହି ଜ୍ୟାକେଟ ପରିଧାନ କରୁଥିଲେ। ଯାହାକୁ ନେଇ ତାଙ୍କର ଏହି ଜ୍ୟାକେଟ ବିଶ୍ବ ସ୍ତରରେ ଚର୍ଚ୍ଚିତ ହୋଇଥିଲା।

Leave A Reply

Your email address will not be published.