ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ, ୩ ଅଫୁଟା ଟିଫିନ ବୋମା ଜବତ

ମାଲକାନଗିରି: ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରୁ ମିଳିଲା ୩ଟି ଟିଫିନ୍ ବୋମା । ପାପରମେଟଲା ପଞ୍ଚାୟତ ଚିଟାନଲୁରୁ ଗାଁଠାରୁ ମଣ୍ଡାପାଲି ଅଞ୍ଚଳରେ କୁମ୍ବିଂ ବେଳେ ୩ଟି ଅଫୁଟା ଟିଫିନ ବୋମା ଜବତ କରିଛନ୍ତି ଯବାନ । ଏସବୁ ବିସ୍ଫୋରଣ ପାଇଁ ମାଓବାଦୀ ସଂଗଠନ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଏବେ ଲାଲବାହିନୀର ଯୋଜନା ପଣ୍ଡ ହୋଇଛି । ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନ । ଯନ୍ତାପାଇ ଠାରେ ଥିବା ୯ନମ୍ବର ବାଟାଲିଅନର ବିଏସଏଫ ଯବାନ ଓ ଏସ୍ଓଜି ଯବାନ ମାନେ ଏହି ବୋମାକୁ ନିଷ୍କ୍ରିୟ କରି ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications