ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୁଳସୀ ପାହାଡ଼ରେ ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳିବିନିମୟ

ମାଲକାନଗିରି: ତୁଳସୀ ପାହାଡ଼ରେ ପୁଣି ଗୁଳିବିନିମୟ । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା ବାହିନୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୁଳି ବିନିମୟରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଡିଭିଏଫ ଓ ଏସଓଜି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ମାଲକାନଗିରି ମାଥିଲି ତୁଳସୀ ପାହାଡ଼ରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ ।

ସେପଟୋ ପୁଲିସର କଡ଼ା ପ୍ରହରା ମାଓମୁକାବିଲା ଋଣନିତୀ ଦିନକୁ ଦିନ ସଫଳ ହେବାରେ ଲାଗିଛି । ନିକଟରେ ମାଓବାଦୀଙ୍କ ଦୁର୍ଗ ଭୁସୁଡ଼ାଇବାରେ ସଫଳ ହେବାରେ ଲାଗିଛି ପୋଲିସ । ମାଓ ଗତିବିଧି ଉପରେ ନଜର ରଖିବା ସହ ଅନେକ ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ନିପାତ କରିବାରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ତେବେ ଏବେ ମଧ୍ୟ ତୁଳସୀ ପାହାଡ଼ରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି ।

Leave A Reply

Your email address will not be published.