ଜାଣନ୍ତୁ ବର୍ଷର ପ୍ରଥମ ଦିନ କେମିତି କଟିବ, ଶନିବାର ରାଶିଫଳ ( ୧ – ୦୧- ୨୦୨୨ )

ମେଷ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ | ଚାକିରିରେ ଚାପ ରହିବ | ପରିବହନ, ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି।  ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି ।

ବୃଷ: ଦିନଟି ସୁଖଶାନ୍ତି ଭିତରେ କଟିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ | ଚାକିରିରେ ସହଯୋଗ ମିଳିବ । ପରିବହନ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍ |

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।

କର୍କଟ: କର୍ମକ୍ଷେତ୍ରରେ ଅବହେଳା କାରଣକୁ କାର୍ଯ୍ୟହାନି ହେବ । ଚାକିରିରେ ସମସ୍ୟା ରହିବ । ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍ଗ-୩,ଶୁଭ ରଙ୍ଗ-ହଳଦିଆ।

ସିଂହ: ବହୁ ପରିଶ୍ରମ କରି ସଫଳ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ। ଚାକିରିରେ ପ୍ରଶଂସା ପାଇବେ | ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍ ।

କନ୍ୟା: ସମାଜରେ ପ୍ରତିଷ୍ଠା ବୃଦ୍ଧିପାଇବ । ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନଙ୍କର ସ୍ବାଧୀନତା ରହିବ । ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ତୁଳା: ଆର୍ଥିକ ଚାପ ରହିବ। ମାନସିକ ସ୍ତରରେ ବିଚଳିତ ରହିବେ । ଚାକିରିରେ ଅବହେଳା ରହିବ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷା ର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା ।

ବିଛା: ଅଟକି ରହିଥିବା କାର୍ଯ୍ୟ ସମ୍ପାଦନ ହେବ ରାଜନୀତିରେ ସୁନାମ ପାଇବେ । ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ । ଶିଳ୍ପ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।

ଧନୁ: ହଠାତ୍ ଦୂରଯାତ୍ରା କରିପାରନ୍ତି। ମହତ୍ କାର୍ଯ୍ୟରେ ଧନବ୍ୟୟ କରି ଆତ୍ମସନ୍ତୋଷ ପାଇବେ। ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାପର ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ – ଧଳା ।

ମକର: ଉଚ୍ଚ ଆଶା ପୂରଣ ହେବ । ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ସୁନାମ ପାଇବେ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

କୁମ୍ଭ: ସମସ୍ୟାରୁ ମୁକ୍ତି ପାଇବେ । ଅର୍ଥପ୍ରାପ୍ତି ସହ ସୁଖୀ ହେବେ । ରାଜନୀତିକ ସକ୍ରିୟ ରହିବେ । ମହିଳାମାନେ ରକ୍ଷଣଶୀଳ ହେବେ | ବାଣିଜ୍ୟରେ ନୂତନ ପୁଞ୍ଜି ନିବେଶ କରିବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ – ଗୋଲଡେନ।

ମାନ: କର୍ମକ୍ଷେତ୍ରରେ ଶିଥିଳତା ରହିବ। ଅନ୍ୟ ପାଇଁ ସମସ୍ୟାରେ ପଡ଼ିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍

Sakala Whatsapp
Leave a comment