ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ

ଭୁବନେଶ୍ବର: ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ। ରାଜଧାନୀ ଉପକଣ୍ଠ ଜାମୁଝରିକୁ ଉଠିଯିବ ଝାରପଡା ଜେଲ ସହର ଭିତରୁ ଜେଲ ଉଠାଇବାକୁ ଜେଲ ବିଭାଗର ପ୍ରୟାସ। ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ହେବ ଜେଲ। ଜେଲରେ ବ୍ୟବହାର ହେବ ବାୟୋମ୍ୟାଟ୍ରିକ ସିଷ୍ଟମ। ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ । ଖୁବଶୀଘ୍ର କାମ ଆରମ୍ଭ କରିବ ପୁଲିସ ହାଉସିଂ କର୍ପୋରେସନ । ତିହାର ଜେଲ ପରିଦର୍ଶନ କରିଛନ୍ତି ଡିଜି ପ୍ରିଜନ ମନୋଜ ଛାବ୍ରା। ପ୍ଲାନ ଦେଉଥିବା ଆର୍କୀଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି।
ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଓ ୱାର୍ଡର ହେବ ବ୍ୟବସ୍ଥା । ଓପନ ଜିମ, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ ପରିସରରେ ରହିବ। ଜେଲ ଭିତରେ ରହିବ ୧୨୦ ବେଡ଼ ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର । ଜେଲ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ । ଫୁଡ଼ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ। ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ। ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ । ୫ଟି ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ। ଏ ନେଇ ଜେଲ ଡିଜି ମନୋଜ ଛାବ୍ରା ସୂଚନା ଦେଇଛନ୍ତି।