ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଞ୍ଚରେ ଭୟଙ୍କର ସଡ଼କ ଦୁର୍ଘଟଣା: ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍, ୧୨ ମୃତ ଓ ୩୦ ଗୁରୁତର

ପୁଞ୍ଚ: ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବରରୀ ବହ୍ଲା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୧୨ଜଣଙ୍କର ମୃତ୍ଯୁ ଘଟିଛି। ବସରେ ଥିବା ଅନ୍ୟ ୩୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ଅହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଜମ୍ମୁର ଜେଏମସି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ମଣ୍ଡିରୁ ସୌଜିଆନ ଯାଉଥିବା ବେଳେ ବସଟି ଏକ ଘାଟିରୁ ଖସି ପଡ଼ିଥିଲା ।

ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପରେ ପୁଲିସ ଓ ଆର୍ମି ଯବାନ ସାମିଲ ହୋଇଛନ୍ତି । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ  ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଘୋଷଣା କରିଛନ୍ତି। ଏହାସହ ଆହତମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.