ପୁଞ୍ଚର ବଦଲା ଶୋପିଆନରେ ନେଲା ଭାରତୀୟ ସେନା, ଏନକାଉଣ୍ଟରରେ ଟଳିଲେ ଆଉ ୩ ଆତଙ୍କବାଦୀ

୫ ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ଭାରତୀୟ ସେନା। ସୋମବାର ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ କରିଥିବା ହମଲାର ବଦଲା ଆଜି ସୁରକ୍ଷାକର୍ମୀମାନେ ଶୋପିଆନରେ ନେଇଛନ୍ତି। ପୁଞ୍ଚ ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ। ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର୍ରେ ୩ ଜଣ କୁଖ୍ୟାତ ଆତଙ୍କୀ ପ୍ରାଣ ହରାଇଛନ୍ତି।ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।
#WATCH | J&K Police in Shopian appeals to the trapped terrorists, asking them to surrender. An encounter broke out here at Tulran, Imamsahab area of Shopian.
(Source: J&K Police)
(Visuals deferred by unspecified time) pic.twitter.com/rTs8ue8yar— ANI (@ANI) October 11, 2021
କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଶୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏଥିରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍ ସାମିଲ ଥିଲେ। ସୁରକ୍ଷାକର୍ମୀମାନେ ତୁଲରାନ ଗାଁକୁ ଘେରାଉ କରିବା ପରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ଆତ୍ମସମର୍ପଣ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଥିଲା। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଗାଣ୍ଡରୱାଲର ବାସିନ୍ଦା ମୁଖାର୍ ଶାହା ବୋଲି ଜଣାପଡିଛି। ବର୍ତ୍ତମାନ ଅବଶିଷ୍ଟ ଦୁଇଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି।
#UPDATE | Three terrorists of LeT (TRF) killed in the Shopian encounter. Identification of the terrorists being ascertained. Incriminating materials including arms & ammunition recovered. Search going on. Further details shall follow: Kashmir Zone Police
— ANI (@ANI) October 11, 2021
ଏମାନେ ସମସ୍ତେ ଟିଆରଏଫର ସଦସ୍ୟ। ସେମାନଙ୍କର ଆଉ କିଛି ସହଯୋଗୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ଗତକାଲି ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ଆଜି ପ୍ରତ୍ୟୁଷରେ ସୁରନକୋଟ୍ ଅନ୍ତର୍ଗତ ‘ଡିକେଜି’ ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା। ୩/୪ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ମନେକରି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା।