ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମ୍ମୁ ଏୟାରଫୋର୍ସ ଷ୍ଟେସନ ପରିସରରେ ୫ମିନିଟରେ ୨ଟି ବିସ୍ଫୋରଣ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର ସତଓ୍ୱାରୀରେ ଥିବା ଏୟାରଫୋର୍ସ ଷ୍ଟେସନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି । ମାତ୍ର ପାଞ୍ଚ ମିନିଟ ବ୍ୟବଧାନରେ ଏହି ଦୁଇଟି ବିସ୍ଫୋରଣ ହୋଇଛି । ଗତକାଲି ବିଳମ୍ବିତ ରାତି ପାଖାପାଖି ୧ଟା ୫୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ପୁଲିସ ଓ ଅଗ୍ନିଶମବାହିନୀ ଟିମ୍ ତୁରନ୍ତ ପହଞ୍ଚିଥିଲେ।

ବିସ୍ଫୋରଣ ଶବ୍ଦ ଜମ୍ମୁ ଏୟାରଫୋର୍ସ ଷ୍ଟେସନର ପରିସରରେ ଥିବା ଟେକ୍ନିକାଲ୍ ଏୟାରପୋର୍ଟରେ ଶୁଣିବାକୁ ମିଳିଥିଲା । ଏହି ଅଞ୍ଚଳ ହାଇ ସିକ୍ୟୁରିଟି ଜୋନ୍ ଭିତରେ ଆସୁଛି । କୁହାଯାଉଛି ଗୋଟିଏ ବିସ୍ଫୋରଣ ବିଲ୍ଡିଂ ଛାତ ଉପରେ ଓ ଅନ୍ୟଟି ତଳେ ହୋଇଥିଲା । ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରିଦିଆଯାଇଥିଲା ।

NIA ଟିମ୍ ଏବଂ NSG କମାଣ୍ଡୋ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏୟାରଫୋର୍ସ ଷ୍ଟେସନରେ ଦୁଇଟି ବିସ୍ଫୋରଣ ହେତୁ ଜମ୍ମୁରେ ସୁରକ୍ଷା କଡାକଡି କରାଯାଇଛି। ସର୍ଚ୍ଚ ଅପରେସନ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦାରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ବିସ୍ଫୋରଣର ପ୍ରକୃତ କାରଣ ବି ଏଯାଏ ଜଣାପଡିନି । ଡ୍ରୋନ୍ ଯୋଗେ ଏହି ବିସ୍ଫୋରଣ କରାଯାଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.