ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବନ ଜୀବିକା ଦୋଛକିରେ ଦିଲ୍ଲିପ: ଚାହା ବିକିଲେ ପେଟ ପୋଷିବେ, ଔଷଧ କିଣିବେ

ଜଳେଶ୍ବର: ବାବୁ ଚାହା ନିଅ ଚାହା, ଆପଣ ଚାହା ପିଇଲେ ଆମ ଘରେ ଚୁଲି ଜଳିବ। ଏମିତି ଡାକ ପକାଇ ରାତି ୩ରୁ ସକାଳ ୧୦ଟା ପର୍ଯ୍ଯନ୍ତ ଚାହା କେଟିଲି ଧରି ଜଳେଶ୍ବର ଷ୍ଟେସନ ବଜାରରେ ଘୁରି ବୁଲୁଛନ୍ତି ଚାହା ବିକାଳି ଦିଲ୍ଲିପ। ହେଲେ କେହି ଜଣେବି ଗରାଖ ଆସୁ ନାହାନ୍ତି ।ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ମହମ୍ମଦ ନଗର ପାଟଣା ଗ୍ରାମର ୪୫ ବର୍ଷୀୟ ଦିଲ୍ଲିପ କୁମାରଙ୍କ ଜମି ବାଡି କିଛି ନାହିଁ। ଜଳେଶ୍ବର ଷ୍ଟେସନ ଛକରେ ଠେଲାଟିଏ ପକାଇ କରିଛନ୍ତି ଚାହା ଦୋକାନ। ସେଥିରୁ ଯାହା ରୋଝଗର ହୁଏ ସେଥିରେ ସ୍ତ୍ରୀ ସୁଲୋଚନା ସହିତ ଜଣେ ଝିଅ ଏବଂ ଜଣେ ପୁଅ ବେଶ ହସ ଖୁସିରେ ଚଳି ଯାଉଥିଲେ। ନିଜେ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ମଧ୍ୟ ଯୋଗାଡ କରି ପାରୁଥିଲେ ନିଜ ପାଇଁ।

DILIP-TEA-SHOP

କରୋନା ପାଇଁ ସରକାର ସାରା ରାଜ୍ୟକୁ ତାଲାବନ୍ଦ କରିଦେବା ପରେ ଶତେ ଯେମିତି ଆକାଶ ଛିଡି ପଡିଛି ଦିଲ୍ଲିପଙ୍କ ଉପରେ। ତାଲାବନ୍ଦ ଯୋଗୁଁ ଚାହା ଦୋକାନରେ ତାଲା ପଡିଗଲା। ଆଉ ତାହା ସହିତ ତାଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଗଲା। କିପରି ପରିବାର ମୁହଁରେ ମୁଠାଏ ଆହାର ଦେବେ କିପରି ନିଜ ପାଇଁ ଔଷଧ ଟିକିଏ କିଣିବେ ସେହି ଚିନ୍ତା ଘାରିଛି। ଯାହା କିଛି ଥିଲା ତହା ତାଲାବନ୍ଦର ୧୦ରୁ ୧୫ ଦିନ ପର୍ଯ୍ଯନ୍ତ ଗଲା।ତାପରେ ଓଳିଏ ଖାଇଲେ ଆର ଓଳିକୁ ପେଟରେ ଓଦାକନା ଦେଇ ଦିନ କଟାଉଛନ୍ତି। ଏପଟେ ପେଟର ଭୋକ ସେପଟେ ଦେହର ରୋଗ ଯନ୍ତ୍ରଣା।ଭୋକ କି ରୋଗ ରୋଜଗାରକୁ ଅପେକ୍ଷା କରିବନି। ଭୋକ ଲାଗିଲେ ପେଟ ଖାଦ୍ୟ ମାଗିବ ଆଉ ରାତି ପାହିଲେ ରୋଗ ଔଷଧ ଖୋଜିବ। ତେଣୁ ଭୋକ ଓ ରୋଗ ଯନ୍ତ୍ରଣାକୁ ଚାପି ରଖି ବାଧ୍ୟ ହୋଇ ଚାହା କେଟିଲି ଧରି ଲୁଚି ଲୁଚି ଷ୍ଟେସନ ଛକକୁ ଚାହା ବିକିବାକୁ ଆସୁଛନ୍ତି ଦିଲ୍ଲୀପ। କାଳେ କିଛି ରୋଜଗାର ହେବ ।ଘରେ ଚୁଲି ଜଳିବ,ବାବୁ ଚାହା ନିଅ ଚାହା ଯେହେ ଡାକ ପକାଇଲେ କିଏ ଶୁଣୁଛି ତାଙ୍କ କଥା। ଚାରିଆଡେ ଶୁନ ଶାନ। କେହି ହେଲେ ଚାହା ପିଇବାକୁ ଆଶୁ ନାହାନ୍ତି। ଷ୍ଟେସନ ଠାରୁ ବସଷ୍ଟାଣ୍ଡ ପର୍ଯ୍ଯନ୍ତ ଗଲେ କେଉଁ ଦିନ ପନ୍ଦର କପ ତ କୋଉଁ ଦିନ କୋଡିଏ କପ ଚାହା ବିକ୍ରି ହେଉଛି। ସେଥିରେ ବିକ୍ରି ଠାରୁ ଖର୍ଚ୍ଚ ଅଧିକ ହେଉଛି। କିପରି ଚାରି ପ୍ରାଣି ମୁହଁରେ ଆହାର ଦେବେ ସେହି ଚିନ୍ତାରେ ଏବେ ଦିଲ୍ଲିପ।

Leave A Reply

Your email address will not be published.