ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ହତ୍ୟା ଧମକ, ବମ୍‌ରେ ଉଡ଼ାଇଦେବାକୁ ଆତଙ୍କୀ ସଙ୍ଗଠନ ଜୈସ୍-ଏ-ମହମ୍ମଦର ଧମକ

ଚଣ୍ଡିଗଡ଼: ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କୁ ହତ୍ୟା ଧମକ । ତାଙ୍କ ସହ ପଞ୍ଜାବ ରାଜ୍ୟପାଳ ଓ ଅକାଳୀ ଦଳ ନେତାଙ୍କୁ ମଧ୍ୟ ମିଳିଛି ହତ୍ୟା ଧମକ । ସମସ୍ତଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ମିଳିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଥିବା କୁହାଯାଉଛି ।

ରାଜ୍ୟର କପୁରତାରା ଷ୍ଟେସନର ଡିଆରଏମଙ୍କୁ ମିଳିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ, ପଞ୍ଜାବ ରାଜ୍ୟପାଳ ଓ ଅକାଳୀ ଦଳ କିଛି ନେତାଙ୍କ ସମେତ  ସୁଲତାନପୁର ଲୋଧି, ଲୋହିୟାଂ ଖାସ୍, ଫିରୋଜପୁର ଭାବନି, ଫଗୱାଡା , ଅମୃତସର ଓ ତରନତାରନ୍ ସମେତ ଆଉ କିଛି ରେଲୱେ ଷ୍ଟେସନକୁ ଉଡାଇଦେବାକୁ ଧମକ ଦିଆଯାଇଛି । ଚିଠିଟି ହିନ୍ଦୀ ଭାଷାରେ ଆସିଛି । ଚିଠି ଆସିଥିବା ଲଫାଫାରେ ଡାକ ଟିକଟ ତ ଲାଗିଛି କିନ୍ତୁ କୌଣସି ଡାକଘରର ସିଲ୍‌ ବାଜିନାହିଁ ।ଷ୍ଟେସନ ମାଷ୍ଟର ରାଜବୀର ସିଂହ ନାମରେ ଏହି ଚିଠି ଆସିଛି । ଗୁରୁବାର ଷ୍ଟେସନ ସୁପରଭାଇଜରଙ୍କୁ ପୋଷ୍ଟମାଷ୍ଟର ଏହି ଚିଠି ଆସି ଦେଇଯାଇଥିଲେ । ଷ୍ଟେସନ ମାଷ୍ଟର ଏହି ଚିଠି ପଢ଼ିବା ପରେ ଅବାକ ହୋଇଯାଇଥିଲେ । ତୁରନ୍ତ ଏ ସମ୍ପର୍କରେ ସେ ପୁଲିସକୁ ଜଣାଇଛନ୍ତି ।

ଚିଠି ଜୈଶ-ଏ-ମହମ୍ମଦର କାଶ୍ମୀର ଏରିଆ କମାଣ୍ଡର ସଲୀମ ଅଂସାରୀ ପଠାଇଥିବା ଲେଖାଯାଇଛି । ତା ସହିତ ଏଥିରେ ଜୈଶ-ଏ-ମହମ୍ମଦ ଜିନ୍ଦାବାଦ ଓ ଖୁଦା ମୁଝେ ମାଫ୍‌ କରେଗା ବୋଲି ଲେଖା ଅଛି । ମୃତ୍ୟୁବରଣ କରିଥିବା ଜିହାଦୀଙ୍କ ପ୍ରତିଶୋଧ ନିଆଯିବ ବୋଲି ଲେଖାଯାଇଛି । ମେ ୨୧ ତାରିଖରେ ଜଳନ୍ଧର ରେଳ ଷ୍ଟେସନ, ସୁଲ୍‌ତାନପୁର ଲୋଧି-ଲୋହିୟାଁ ଖାସ୍‌, ଫିରୋଜପୁର ରେଳ ଷ୍ଟେସନ, ଫଗୱାଡ଼ା ଆଦି ରେଳ ଷ୍ଟେସନ ଉପରେ ବୋମାମାଡ଼ କରିବା କଥା ଲେଖା ଅଛି ।ସେହିଭଳି ମେ ୨୩ ତାରିଖରେ ଜଳନ୍ଧରର ଦେବୀ ତାଲାବ ମନ୍ଦିର, ପିଅୟାଲାର କାଳୀ ମନ୍ଦିର, ଫଗୱାଡ଼ାର ହନୁମାନଗଢ଼ି ବୋମା ପକାଇବା କଥା ଲେଖା ଅଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ରାଜ୍ୟପାଳ, ଫିରୋଜପୁର ରେଳ ପ୍ରବନ୍ଧକ ସୀମା ଶର୍ମା ସହ ଅକାଳୀ ଦଳ ବହୁ ନେତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚିଠିରେ ଧମକ ଦିଆଯାଇଛି ।

ଚିଠି ମିଳିବା ପରେ ଫିରୋଜପୁର ରେଳ ମଣ୍ଡଳରେ ସୁରକ୍ଷା କଡ଼ାକଡ଼ି ହୋଇଛି । ଚିଠିରେ ଲେଖା ଯାଞ୍ଚ କରିବାକୁ ପଠାଯିବ । ଯାଞ୍ଚ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କହିଛନ୍ତି କପୁରଥାନା ଏସ୍‌ଏସ୍‌ପି ସୂଚନା ଦେଇଛନ୍ତି ।ସେପଟେ ଏହି ଧମକ ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି ।

Leave a comment