ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁଚର୍ଚ୍ଚିତ ରାଜଧାନୀ ପ୍ରିୟଙ୍କା ହତ୍ୟାକାଣ୍ଡ: ପୁଲିସ ଆଗରେ ସତ ଓଗାଳିଲା ଅଭିଯୁକ୍ତ, ‘ହତ୍ୟା ପରେ ସିନ୍ଦୁର ପିନ୍ଧାଇଥିଲା, ସାଙ୍ଗରେ ଚକୋଲେଟ ଓ ଛୁରୀ ଅଣିଥିଲା’

ଭୁବନେଶ୍ୱର: ବହୁଚର୍ଚ୍ଚିତ ରାଜଧାନୀ ପ୍ରିୟଙ୍କା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ । ଭିମଟାଙ୍ଗୀ ହତ୍ୟାକାଣ୍ଡକୁ ନେଇ କମିସନରେଟ ପୁଲିସ କରିଛି ବଡ଼ ଖୁଲାସା । ହତ୍ୟାକୀର ଜଗନ୍ନାଥ ସୁସ୍ଥ ହେବା ପରେ ଥାନାରେ ପଚରା ଉଚରା କରିଥିଲା ପୁଲିସ । ପଚରା ଉଚରା ସମୟରେ ଅଭିଯୁକ୍ତ ହତ୍ଯାକାରୀ ଜଗନ୍ନାଥ ସବୁ କଥା ମାନିଛି।  ହତ୍ୟା କରିବା ପରେ ସିନ୍ଦୁର ପିନ୍ଧାଇଥିଲା । ସାଙ୍ଗରେ ଚକୋଲେଟ ଓ ଛୁରୀ ଅଣିଥିବା କଥା ମାନିଛି ହତ୍ୟାକୀର ଜଗନ୍ନାଥ ।

ଏହାପରେ ଭୁବନେଶ୍ବର ଡିସିପି ଗଣମାଧ୍ୟମ ଆଗରେ ସମ୍ପୂର୍ଣ୍ଣ ଘଟଣାର ସୂଚନା ଦେଇଛନ୍ତି । ତଦନ୍ତ ବେଳେ ହତ୍ୟାକାରୀ ଜଗନ୍ନାଥ କହିଛି, ଘଟଣାର ୪ ଦିନ ପୂର୍ବରୁ ସେ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ହତ୍ୟା ପାଇଁ ରଚିଥିଲା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର । ସାଥିରେ ନେଇ ଫେରାର କରିବ ନଚେତ ହତ୍ୟା କରିବ ବୋଲି ମନସ୍ଥ କରିସାରିଥାଏ ଜଗନ୍ନାଥ । ସେଦିନ ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବାବେଳେ ଘର ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲା ଜଗନ୍ନାଥ । ସେପଟେ ହତ୍ୟାକାଣ୍ଡ ଦିନ ସକାଳ ୯ଟା ବେଳେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସାଥିରେ ଚକଲେଟ, ଛୁରୀ ମଧ୍ୟ ନେଇଥିଲା ଜଗନ୍ନାଥ ।

ଘରେ ପ୍ରବେଶ କରିବା ପରେ ପ୍ରିୟଙ୍କାକୁ ବିବାହ କରିବା ସହ ସାଥିରେ ଫେରାର ହେବାକୁ କହିଥିଲା । କିନ୍ତୁ ପ୍ରିୟଙ୍କା ଅଭିଯୁକ୍ତ ଜଗନ୍ନାଥ ସହିତ ଯିବା ପାଇଁ ମନା କରିଥିଲେ। ଏହି ସମୟରେ ଘର ମାଲିକ ଦହିବାର ଦେବାକୁ ଆସି କବାଟ ବାଡେଇଥିଲେ । ଧରା ପଡିଯିବା ଭୟରେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିବା ପୋଲିସ ଆଗରେ କହିଛି । ଅନ୍ୟପଟେ ଘର ମାଲିକ ଦହିବାର ଦେବା ସମୟରେ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଥିରେ ନେଇଯାଇଥିଲେ ।

ଘର ମାଲିକ ଯିବା ପରେ ପୁନଶ୍ଚ ଜଗନ୍ନାଥ ବାଥରୁମରୁ ବାହାରି ପ୍ରୟଙ୍କାଙ୍କୁ ସାଥିରେ ଫେରାର ହୋଇଯିବା ନେଇ ଜିଦ୍ କରିଥିଲେ । କିନ୍ତୁ ପ୍ରିୟଙ୍କା ନାରାଜ ହୋଇଥିଲେ । ଏହି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଢେର ସମୟ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ପ୍ରିୟଙ୍କା ମନା କରିବା ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଛୁରୀରେ ଜଗନ୍ନାଥ ହତ୍ୟା କରିଥିବା ସ୍ୱୀକାର କରିଛି । ସେହିପରି ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଜଗନ୍ନାଥ ସିନ୍ଦୂର ପିନ୍ଧାଇଥିବା ପୋଲି୍ସ ଆଗରେ କହିଛି ।

Leave A Reply

Your email address will not be published.