ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚା’ରେ ଦେଖାଦେଲେ ଜଗନ୍ନାଥ, ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

କେନ୍ଦ୍ରାପଡା : ଚା’ ଫୁଟୁଥିବାବେଳେ ଏକ ଅଲୌକିକ ଚିତ୍ର ଦେଖିବାକୁ ମିଳିଛି । ଏହାକୁ ଜଗନ୍ନାଥଙ୍କ ପ୍ରତିଛବି କୁହାଯାଇ ଆଖପାଖ ଲୋକେ ପୂଜା କରିବା ଆରମ୍ଭ କରିଥିଲେ । ଗୋଟିଏ ପଟେ ରଥଯାତ୍ରା ଚାଲୁଥିବାବେଳେ ଚା’ରେ ଜଗନ୍ନାଥ ଦର୍ଶନ ଦେବା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆହୁରି ସୁଦୃଢ଼ କରିଛି । ଏହିଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ସାନଜରିଆ ଗ୍ରାମ ପଞ୍ଚାୟତର ରାଜପୁର ଗାଁରେ ଦେଖିବାକୁ ମିଳିଛି । ସେହି ଗାଁର ତୀର୍ଥ ସେଠୀଙ୍କ ବୋହୁ ଚା କରୁଥିବାବେଳେ ହଟାତ ଜଗନ୍ନାଥ ଦେଖିବାକୁ ପାଇଥିଲେ ।

ଭକ୍ତିରେ ନମସ୍କାର ହୋଇ ଘର ପରିବାର ଲୋକଙ୍କୁ ଦେଖାଇଥିଲେ । ଏହାପରେ ଘଟଣା ପ୍ରଘଟ ହେବା ପରେ ଶତାଧିକ ଲୋକେ ଏକତ୍ରିତ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ଏହିଭଳି ଘଣ୍ଟା ଘଣ୍ଟା ଲୋକେ ଦେଖିବା ପରେ ଆପେ ଆପେ ଜଗନ୍ନାଥଙ୍କ ପ୍ରତିଛବି ଉଭାନ ହୋଇଯାଇଥିଲା । ତେବେ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାରର ମତ ଦେଇଥିଲେ। କେହି କେହି ଅଲୌକିକ ଦିବ୍ୟଶକ୍ତି କହିବାବେଳେ ଅନ୍ୟକେହି ଘଟଣାକୁ ଆଦୌ ବିଶ୍ୱାସ କରିନଥିଲେ ।

Leave A Reply

Your email address will not be published.