ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲା ଜଗା ଦର୍ଶନ; ଦୀପ ଜାଳିପାରିବେ ଭକ୍ତ

ପୁରୀ: ଜଗା ଦର୍ଶନରେ କୋହଳ ହେଲା ନିୟମ । ଏଥର ମନ୍ଦିର ଭିତରେ ଦୀପ ଜାଳିପାରିବା ସହିତ ଆନନ୍ଦ ବଜାରରେ ଅବଢ଼ା ବି ଖାଇପାରିବେ ଶ୍ରଦ୍ଧାଳୁ । ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲଶ ଜଗା ଦର୍ଶନ। କରୋନା କଟକଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗା ଦର୍ଶନ ନେଇ ଏସଓପିରେ କୋହଳ କରାଯାଇଥିଲା। ଆଜିଠୁ ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭକ୍ତମାନେ ଜଗା ଦର୍ଶନ କରିପାରିବେ ।

ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ପୂର୍ବଭଳି ଡବଲ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ଭ୍ୟାକ୍ସିନେସନ ସାର୍ଟିଫିକେଟ୍ କିମ୍ବା ୯୬ ଘଣ୍ଟା ଭିତରର RTPCR ନେଗେଟିଭି ରିପୋର୍ଟ ଦେଖାଇବାକୁ ପଡ଼ିବ। ସେହିପରି ଚଳିତ ସପ୍ତାହରୁ ଶନିବାର ମନ୍ଦିର ଖୋଲା ରହିବ । ତେବେ ଗତ ୩ ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିବା ବେଳେ, ଆଜି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।

Leave A Reply

Your email address will not be published.