ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଇଟିଆଇ ଛାତ୍ରଙ୍କ ମୃତ୍ଯୁ

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ମାକିଡ଼ିଆ ଗ୍ରାମର ଜଣେ ଆଇ.ଟି.ଆଇ ଛାତ୍ରଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି ( ୨୪ ) ।

ସୂଚନା ଅନୁଯାୟୀ,  କୃଷ୍ଣଚନ୍ଦ୍ର ପେଡ଼ିଙ୍କ ପୁତ୍ର ଅନୁପମ ପେଡି  ଅପରାହ୍ନରେ ଘରେ କିଛି ବୈଦ୍ୟୁତିକ ସରଞ୍ଜାମ ମରାମତି କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲେ ପରିବାରର ଲୋକମାନେ ନିକଟସ୍ଥ ହାତୀଗଡ ଡାକ୍ତର ଖାନାକୁ ନେଇ ଆସିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅନୁପମ ବାରିପଦା ସ୍ଥିତ ତକତପୁର ଆଇ.ଟି.ଆଇର ଛାତ୍ର ଥିଲେ ।କରୋନା ଯୋଗୁଁ କିଛି ମାସ ଧରି ଘରେ ରହିଥିଲେ। ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.