ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାକିରିରୁ ନିଲମ୍ବିତ ହେଲେ କୋଟିପତି ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତ ଯାଇଥିବା ବହୁ ଚର୍ଚ୍ଚିତ ବାରିପଦା ଆଇଟିଡିଏର କୋଟିପତି ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ରାଜ୍ୟ ସରକାର ପିଛିଲା ଭାବେ ତା୨୭.୧୧.୨୧ ରିଖ ଠାରୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଆଦିବାସୀ ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୨୩୧୯୯ ତା ୦୨.୧୨.୨୧ ରେ ଏହି ନିର୍ଦ୍ଦେଶନାମାରେ ଏହା ପ୍ରକାଶ ପାଇଅଛି ।

ସୂଚନା ଅନୁଯାୟୀ, ଭିଜିଲାନ୍ସ ଚଢାଉରେ ରେକର୍ଡ଼ ପରିମାଣର ସମ୍ପତି ଓ ନଗଦ ଅର୍ଥ ସହକାରୀ ଯନ୍ତ୍ରୀ ଶ୍ରୀ ଦାସଙ୍କ ଠାରୁ ଜବତ ହୋଇ ଥିବାରୁ ସାରା ରାଜ୍ୟରେ ଚହଳ ପଡିଥିବା ବେଳେ ରାଜ୍ୟ ଭିଜିଲାନ୍ସ ବିଭାଗ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉକି, ଯନ୍ତ୍ରୀ ସନ୍ତୋଷ ଦାସଙ୍କ ନାମରେ ପୂର୍ବରୁ ମଧ୍ୟ ବାଙ୍ଗିରିପୋଷି ବ୍ଲକରୁ ଚାଉଳ ହଡପ ଘଟଣାରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । ବାରିପଦା ଆଇଟିଡିଏ ଅଫିସରେ ଠିକାଦାର ମାନଙ୍କ ଟଙ୍କା ଜାଲି ଦସ୍ତଖତ କରି ଉଠାଇ ନେବା ଅଭିଯୋଗ ମଧ୍ୟ ବାରିପଦା ଟାଉନ ଓ ସଦର ଥାନାରେ ହୋଇଅଛି । ଡିପାର୍ଟମେଣ୍ଟାଲ କାମରେ ପିସି କାଟି ରଖିବା, ଜିଏସଟି ବାବଦକୁ ଅର୍ଥ ନିଜେ କାଟି ରଖି ହଡପ କରିବା ଆଦି ବହୁ ଅଭିଯୋଗ ରାଜ୍ୟର ବିଭିନ୍ନ ବିଭାଗରେ ତଦନ୍ତ ନହୋଇ ପଡିରହିଛି। ନିଲମ୍ବନ ଆଦେଶ ଅନୁସାରେ ଜେଲରୁ ଫେରିବା ପରେ ନିଲମ୍ବିତ ସମୟରେ ବାରିପଦା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିରା ଦେବେ ।

Leave A Reply

Your email address will not be published.