ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ଗାଡି : ୬ ଆଇଟିବିପି ଯବାନ ଆହତ, ୨ ଗୁରୁତର

ଖୋର୍ଦ୍ଧା: ଓଲଟିଲା ସେନା ବାହିନୀର ଗାଡି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଗୁରତରଙ୍କ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ଅଭିମୁଖେ ସେନା ଗାଡିଟି ଯାଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ତେବେ ବୋଲଗଡ଼ ନିକଟରେ କୌଣସି କାରଣବସତଃ ଭାରସ୍ୟାମ ହରାଇ ଗାଡିଟି ରାସ୍ତା ତଳକୁ ଖସିଯିବା ସହ ଓଲଟି ପଡିଥିଲା । ଦୁର୍ଘଟଣା ଘଟିଥିବା ଖବର ପାଇ ଆଇଟିବିପି କ୍ୟାମ୍ପରୁ କିଛି ଯବାନ ଓ ପୁଲିସ ପହଞ୍ଚି ଆହତ ଯବାନମାନଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ଼କୁ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ କ୍ୟାମ୍ପକୁ ସାମଗ୍ରୀ ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଛତିଶଗଡ଼ ପଠାଯାଇଛି।

Leave A Reply

Your email address will not be published.