ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେବୃଆରୀରେ କମିବନି ତାପମାତ୍ରା ,ରାଜ୍ୟରେ ୩ରୁ ଦୁଇ ଦିନ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଯାଇଛି। ଦୁଇ ତିନି ଦିନ ଶୀତ ପରେ ପରେ ପୁଣି ପାଗରେ ପରିବର୍ତ୍ତନ ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପଶ୍ଚିମା ଝଡ଼ ପ୍ରଭାରେ ରାଜ୍ୟରେ ଆସନ୍ତା ୩ ତାରିଖରୁ ପୁଣି ବର୍ଷା ହେବାର ଆଶଙ୍କା ଥିବାରୁ ତାପମାତ୍ରା ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେହିପରି ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼଼ ଓ କନ୍ଧମାଳରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୩ରେ ବର୍ଷା ଆରମ୍ଭ ହୋଇ ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ସହିତ ବିକ୍ଷିପ୍ତ ବର୍ଷା ନେଇ କେନ୍ଦ୍ର କହିଛି। ବର୍ଷା ସହିତ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ପଡ଼ିବାର ମଧ୍ୟ ଆଶଙ୍କା ରହିଛି।

ସେହିପରି ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍‍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ଫସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍‍ରେ କୁହାଯାଇଛି। ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡ଼ିବ। ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ବରଗଡ଼଼, ସମ୍ବଲପୁର, ସୋନ୍‍ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଫେବୃଆରୀ ୩ ତାରିଖ ଅପରାହ୍ଣ ଓ ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି କହିଛି। ସେହିପରି ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଫେବୃଆରୀ ୪ ତାରିଖରେ ସମାନ ପ୍ରକାର ପାଣିପାଗ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.