ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍‌ରେ ଏକା ଯାତ୍ରା କରୁଥିଲେ ମଧ୍ୟ ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା ବିରୁଦ୍ଧରେ ମାସ୍କ ଏକ ‘ସୁରକ୍ଷା କବଚ’ ଓ କାରକୁ ‘ସର୍ବସାଧାରଣ ସ୍ଥାନ’ ବୋଲି କୋର୍ଟ କହିଛନ୍ତି । କାର୍‌ ଚାଳକ ଏକୁଟିଆ କାର୍‌ରେ ଥାଇ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ବୋଲି ଦିଲ୍ଲୀ ସରକାର ନିର୍ଦେଶନାମା ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ଜଷ୍ଟିସ ପ୍ରତିଭା ଏମ. ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ବୈଜ୍ଞାନିକ ଏବଂ ବିଦେଶୀ ସରକାରମାନେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହି ମହାମାରୀର ବହୁତ ସମସ୍ୟା ରହିଛି, କେହି ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ। କାର୍‌କୁ ବି ସର୍ବସାଧାରଣ ସ୍ଥାନ ଭାବେ ବିବେଚନା କରାଯିବ, ସେଥିଲାଗି କାରରେ ଜଣେ ଥିଲେ ବି ମାସ୍କ ପିନ୍ଧିବା ଆବଶ୍ୟକ।

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଟ୍ରାଫିକ୍‌ ସଙ୍କେତ ପାଖରେ କାର୍‌ ଅଟକିଲେ, ଡ୍ରାଇଭର୍‌ମାନେ ସବୁବେଳେ ଝରକା କାଚ ତଳକୁ ଖସାଇ ଦିଅନ୍ତି। କରୋନାଭାଇରସ୍‌ ଏଡ଼େ ସଂକ୍ରାମକ ଯେ, ସେତେବେଳେ ମଧ୍ୟ ଜଣେ ଏହାଦ୍ୱାରା ସଂକ୍ରମିତ ହୋଇଯାଇ ପାରେ।

Leave A Reply

Your email address will not be published.