ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବଶୀଘ୍ର ୧୯ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଇଟି ସେକ୍ଟର କମ୍ପାନୀ Accenture

ନୂଆଦିଲ୍ଲୀ: ବୃହତ ଆଇଟି କମ୍ପାନୀ ଆକ୍ସେଞ୍ଚର (Accenture) ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ ଆଜି କୁହାଯାଇଛି ।

ଏକ ବିବୃତ୍ତିରେ କମ୍ପାନି କହିଛି ଯେ ବର୍ତ୍ତମାନ ଥିବା ସମୁଦାୟ କର୍ମଚାରୀଙ୍କ ସଂଖ୍ୟାର ୨.୫% କର୍ମଚାରୀଙ୍କ ଛଟେଇ କରଯିବ। ଆଗାମୀ ୧୮ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କର୍ମଚାରୀଙ୍କ ଛଟେଇ କରାଯାଇପାରେ। କମ୍ପାନୀ ତରଫରୁ କୁହାଯାଇଛି କି ଏହା ଅଣ-ବିଲ୍ ଯୋଗ୍ୟ କର୍ପୋରେଟ୍ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅଧିକ ଛଟେଇ କରାଯିବ । କମ୍ପାନୀର ଏଭଳି ନିଷ୍ପତ୍ତି ପରେ ସେୟାର ମାର୍କେଟରେ କମ୍ପାନୀର ସେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

୨୦୨୩ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଆକ୍ସେଞ୍ଚର ଏହାର କାର୍ଯ୍ୟଶୈଳୀକୁ ସରଳ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଏହା ଫଳରେ ଖର୍ଚ୍ଚ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି । ମାନ୍ଦାବସ୍ଥା ଯୋଗୁଁ ପ୍ରଭାବିତ ଟେକ୍ନୋଲୋଜୀ ବଜେଟ୍ ହ୍ରାସ କରିବାର ସମ୍ଭାବନା ଥିବାରୁ କମ୍ପାନୀ ନିକଟରେ ଏହାର ବାର୍ଷିକ ରାଜସ୍ୱ ଏବଂ ଲାଭ ଆକଳନ ହ୍ରାସ କରିଛି ।

Leave A Reply

Your email address will not be published.