ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଇତିହାସ ରଚିବ ଇସ୍ରୋ, ଆଜି ଉତକ୍ଷେପଣ ହେବ ଓସେନସେଟ-୩ ସହ ୮ଟି ନାନୋ ସାଟେଲାଇଟ

ଶ୍ରୀହରିକୋଟା: ଆଜି ପୁଣି ଇତିହାସ ରଚିବ ଇସ୍ରୋ । ଇସ୍ରୋ ପକ୍ଷରୁ ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯିବ । ଶ୍ରୀହରିକୋଟାର ଶତିଶ ଧାଓ୍ବନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବ । PSLV ଏକ୍ସଏଲ ରକେଟ ସହ ସାଟେଲାଇଟ ଉତକ୍ଷେପଣ କରାଯିବ । ଏହାସହ ୮ଟି ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହେବ । ଯେଉଁଥିରେ ଭୁଟାନର ଏକ ସାଟେଲାଇଟ୍ ମଧ୍ୟ ସାମିଲ୍ ଅଛି । ପିଏସଏଲବି ସି ୫୪ ରକେଟ୍ ସାହାଯ୍ୟରେ ସାଟେଲାଇଟ୍ ଗୁଡିକୁ ମହାକାଶକୁ ପଠାଯିବ ।

ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ୍ । ପିଏସଏଲଭିର ଏହା ଚଳିତ ବର୍ଷର ଫାଇନାଲ୍ ଲଞ୍ଚ । ଏହା ପୂର୍ବରୁ ଇସ୍ରୋ ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ୍ ଏସର ଲଞ୍ଚ କରିଥିଲେ । ଗତକାଲି ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଚେୟାରମେନ୍ ଏସ ସୋମନାଥ ନେଲୋରରେ ପୂଜାର୍ଚନା କରିଥିଲେ ।

Leave A Reply

Your email address will not be published.