ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ଅକାଳ ବିୟୋଗ

ବରଗଡ: ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ଝାରପାଲି ଗାଁର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ପୂର୍ବାହ୍ନରେ ଅକାଳ ବିୟୋଗ ଘଟିଛି। ସେ ଇସ୍ରୋରେ ବୈଜ୍ଞାନିକ ଭାବେ ପ୍ରାୟ ୨ ବର୍ଷ ତଳେ ଯୋଗଦାନ କରିଥିଲେ। ଗତ ଶନିବାର ଦିନ ଛୁଟିରେ ଗାଁକୁ ଆସିଥିଲେ ସେ । ଆଜି ଗାଁର ଏକ ପୋଖରୀରେ ସାଙ୍ଗ ମାନଙ୍କ ସହ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିହାରଙ୍କ ବୟସ ମାତ୍ର ୨୭ ବର୍ଷ । ଇସ୍ରୋ ବୈଜ୍ଞାନିକ ଭାବେ ସେ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପହିଲାରେ ସେ କେରଳ ଫେରିଯିବାର ଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.