ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇତିହାସ ସୃଷ୍ଟି କଲା ଇସ୍ରୋ : ‘ବାହୁବଳୀ ରକେଟ’ ଏଲ୍‌ଏମ୍‌ଭି-୩ ଦ୍ବାରା ୩୬ଟି ଉପଗ୍ରହର କଲା ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଶନିବାର ଦିନ ଚଳିତ ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିସନରେ ସଫଳତା ହାସଲ କରିଛି। ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲ୍‌ଏମ୍‌ଭି-୩ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ରାତି ୧୨ଟା ୭ ମିନିଟ୍‌ରେ ଉତକ୍ଷେପଣ କରାଯାଇଥିଲା।

ଏଲ୍‌ଏମ୍‌ଭି ୩ ରକେଟ୍‌ ଦ୍ବାରା ଉତ୍‌କ୍ଷେପଣ ହୋଇଥିବା ଉପଗ୍ରହଗୁଡ଼ିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ବ୍ରିଟିସ ଷ୍ଟାର୍ଟଅପ୍ ‘ୱାନୱେବ’ର ୩୬ଟି ଉପଗ୍ରହକୁ ଏହି ମିସନରେ ସାମିଲ କରାଯାଇଥିଲା। ୱାନ୍‌ୱେବ୍‌ ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନି। ଭାରତୀୟ କମ୍ପାନି ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ପ୍ରମୁଖ ନିବେଶକ ଏବଂ ଅଂଶୀଦାର ଅଟେ। ଏହି ସଫଳ ଉତ୍‌କ୍ଷେପଣ ସହିତ ଇସ୍ରୋ ବାଣିଜ୍ୟିକ ବଜାରରେ ନିଜର ପୂର୍ବ ପ୍ରଭାବ କାଏମ ରଖିବାରେ ସମର୍ଥ ରହିଛି।


ଇସ୍ରୋର ଅଧ୍ୟକ୍ଷ ବୈଜ୍ଞାନିକ ଏସ ସୋମନାଥ କହିଛନ୍ତି ଯେ ଏଲ୍‌ଏମ୍‌ଭି ୩ ରେ ୩୬ଟି ୱାନୱେବ ଉପଗ୍ରହ ଅଛି । ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଏହା ୱାନୱେବ ୩୬ ଟି ଛୋଟ ବ୍ରଡ଼ବ୍ରାଣ୍ଡ ସଞ୍ଚାର ଉପଗ୍ରହ ସହ ଯୋଡିହୋଇଛି। ଏହା ହେଉଛି ପ୍ରାୟ ୪୩.୫ ମିଟର ଲମ୍ବା ରକେଟର ଉତକ୍ଷେପଣ। ୮ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଥିବା ଏହାକୁ ସବୁଠାରୁ ଭାରୀ ଉପଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏଲ୍‌ଏମ୍‌ଭି ୩ ଦ୍ୱାରା ୩୬ ୱାନୱେବ ଉପଗ୍ରହର ଅନ୍ୟ ଏକ ସେଟ୍ ଉତକ୍ଷେପଣ କରାଯିବ।

Leave A Reply

Your email address will not be published.