ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯମଜ ଶିଶୁଙ୍କ ମା’ ହେଲେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି। ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ଏବଂ ପିରାମଲ ପରିବାର ତରଫରୁ ସୂଚନା ଜାରି କରାଯାଇ କୁହାଯାଇଛି ଯେ, ଇଶା ଅମ୍ବାନୀ ୧୯ ନଭେମ୍ବର, ୨୦୨୨ରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି, ଯେଉଁଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।ଇଶା ଓ ସେମାନଙ୍କର ଉଭୟ ସନ୍ତାନ ସୁସ୍ଥ ଅଛନ୍ତି। ପୁଅର ନାମ କୃଷ୍ନା ଏବଂ ଝିଅର ନାମ ଆଦିଆ ବୋଲି ରଖାଯାଇଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୨୦୧୮ ମସିହାରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ଆନନ୍ଦ ହେଉଛନ୍ତି ପିରାମଲ୍‌ ଗ୍ରୁପ୍‌ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ। ଆନନ୍ଦ ହେଉଛନ୍ତି ପିରାମିଲ୍‌ ରିୟଲିଟି ନାମକ ଏକ ରିଅଲ୍‌ ଇଷ୍ଟେଟ୍‌ କମ୍ପାନିର ନିର୍ମାତା। ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେ ପିରାମିଲ୍‌ ହେଲଥ ବାହାର କରିଥିଲେ। ଏହା ଜରିଆରେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ଦିନକୁ ୪୦,୦୦୦ ରୋଗୀ ଚିକିତ୍ସତ ହୁଅନ୍ତି।

Leave A Reply

Your email address will not be published.