ଲେଖାଶ୍ରୀ ଚୁପ ରହୁଛନ୍ତି, ନହେଲେ ସମୀର ମହାନ୍ତିଙ୍କ ଭଳି କେତେବେଳେ ତାଙ୍କ ଉପରେ ଚପଲ ବର୍ଷିବ : ଇପ୍ସିତା ସାହୁ

ଭୁବନେଶ୍ବର : ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଆଜି ଦେଇଥିବା ମନ୍ତବ୍ୟଙ୍କୁ ନେଇ ତାଙ୍କ ଉପରେ ବର୍ଷିଛି ବିଜେଡି। ଲେଖାଶ୍ରୀ ଆଜି କହିଥିଲେ ଧନୁପାଲି ଆଇଆଇସି ନିୟମ ଭାଙ୍ଗି ଜୟନାରାୟଣଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତାଙ୍କୁ ଗିରଫ କରାଯାଉ। ଜୟନାରାୟଣ ମିଶ୍ରଙ୍କର କିଛି ଭୁଲ ନାହିଁ। ଜୟନାରାୟଣଙ୍କୁ ମିଛରେ ବିବାଦ ଭିତରକୁ ଟାଣାଯାଉଛି। ନବ ଦାସ ହତ୍ୟା ମାମଲାକୁ ଚାପିବାକୁ ଜୟନାରାୟଣଙ୍କୁ ବିବାଦ ଭିତରକୁ ଟାଣାଯାଉଛି। ଯାହାକୁ ନେଇ ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର କିଛି ଜାଣନ୍ତି ନାହଁ,  କିଛି ନବୁଝି ସେ ଗଣମାଧ୍ୟମ ସାମ୍ନାକୁ ଆସନ୍ତି ଆଉ ଖାଲି କଥା ହିଁ କୁହନ୍ତି। ଯାହା ପରେ ଲୋକଙ୍କ ଆଗରେ ସେ ଜଣେ ଜୋକର ବୋଲି ପ୍ରମାଣିତ ହୁଅନ୍ତି।

ଇପ୍ସିତା ସାହୁ କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ଇନ୍‌ଭେଷ୍ଟିକେସନ୍‌ ହେଉ କିମ୍ବା ତଦନ୍ତ ଉପରେ ହେଉ ପାଠ ଟିକିଏ ପଢି ଗଣମାଧମକୁ ଆସନ୍ତୁ। ତଦନ୍ତ ଚାଲିଛି ତଦନ୍ତ ଶେଷ ହେବା ପରେ କ୍ରାଇମବ୍ରାଞ୍ଚ ଘଟଣାକୁ ସାମ୍ନାକୁ ଆଣିବ। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ବିଜେପି ନେତା ଅପେକ୍ଷା ନକରି ମିଛରେ ବାରମ୍ବାର ବିଭ୍ରାନ୍ତିକର ବୟାନ ଦେଉଛନ୍ତି। ଆଉ ଲେଖାଶ୍ରୀ ନିଜକୁ ବିଜେପିର ଇନଭେଷ୍ଟିକେଟର ତଥା ଫୋରେନସିକ ଏକ୍ସପର୍ଟ ଭାବୁଛନ୍ତି ବୋଲି ଇପ୍ସିତା କହିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସର୍ବସମ୍ମୁଖରେ ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ମାଡ ମାରିବା ସହ ଖରାପବ୍ୟବହାର କଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। କିନ୍ତୁ ଲେଖାଶ୍ରୀଙ୍କୁ କିଛି ଦେଖାଯାଉନି। ଆହୁରି ସେ ତାଙ୍କ ପାଇଁ ଓକିଲାତି କରି ତାଙ୍କ ନିର୍ଦୋଶ କହୁଛନ୍ତି। ଲେଖାଶ୍ରୀ ଜଣେ ମହିଳା ତ ବୋଲି ପ୍ରଶ୍ନ କରି ଇପ୍ସିତା କହିଛନ୍ତି ଲେଖାଶ୍ରୀ ଜୟନାରାୟଣ ଜଣେ ମହିଳାଙ୍କୁ ମାଡ ମାରିବା କଥାରେ ଚୁପ୍‌ ରହୁଛନ୍ତି କାରଣ ତାଙ୍କର ଭୟ ଅଛି ସମୀର ମହାନ୍ତି ଙ୍କ ଭଳି କେତେବେଳେ ତାଙ୍କ ଉପରେ ଚପଲ ବର୍ଷିବ।

ଅନ୍ୟପଟେ ଇପ୍ସିତା କହିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ୨୦୧୪ ନିର୍ବାଚନ ସମୟରେ ବିଜେଡି ଟିକଟରେ ନିର୍ବାଚନ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏଥି ପାଇଁ ନବୀନ ନିବାସ ମଧ୍ୟ ଆସିଥିଲେ। କିନ୍ତୁ ଟିକେଟ ମିଳିନଥିଲା। ଏହାପରେ ସେ ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ଲୁଚିଛପି ଲେଖାଶ୍ରୀ ସାମନ୍ତ ସିଂହାର ନବୀନ ନିବାସ ଆସିଥିଲେ ଟିକେଟ ପାଇଁ। ଆଉ ଆମେ ଆଶା କରୁଛୁ ଲେଖାଶ୍ରୀ  ୨୦୨୪ରେ ମଧ୍ୟ ବିଜେଡି ଟିକେଟ ପାଇଁ ନିବାସ ଆସିବେ ବୋଲି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ କହିଛନ୍ତି।

Leave a comment