ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗଦେଲେ ଦୀପକ କୁମାର

ଭୁବନେଶ୍ୱର: ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗଦେଲେ ଦୀପକ କୁମାର । ୨୦୦୪ ବ୍ୟାଚର IPS ଅଫିସର ଦୀପକ ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେଣ୍ଟ୍ରାଲ ଡେପୁଟସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ DIG ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି ।

ସବୁ SPଙ୍କ ସହିତ ଆଲୋଚନା କରି ବିଭିନ୍ନ ପ୍ରସଙ୍ଗକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି DIG କହିଛନ୍ତି । ସେ ଆଗରୁ ବଲାଙ୍ଗୀର SP ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରେଞ୍ଜର ସମସ୍ତ SP ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.