ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୧: ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ ଦେଲା ପଞ୍ଜାବ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୯୫ ରନ କରିଛି । ଏହି ମ୍ଯାଚକୁ ଜିତିବା ପାଇଁ  ଦିଲ୍ଲୀ କ୍ୟାପିଟାଲ୍ସକୁ ୧୯୬ ରନର ଆବଶ୍ଯକତା ରହିଛି।

ପଞ୍ଜବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିଥିଲେ। ଉଭୟ ଆକ୍ରମଣତ୍ମାକ ବ୍ଯାଟିଂ କରିଥିଲ। ମୟଙ୍କ ଅଗ୍ରୱାଲ୍ ୩୬ ବଲରେ ୬୯ ରନ କରି ଆଉଟ ହୋଇଥିବା ବେଳ ଲୋକେଶ ରାହୁଲ ୫୧ ରନରେ ୬୧ ରନ କରି ଆଉଟ ହୋଇଥିଲେ। କ୍ରିସ ଗେଲ ୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଦୀପକ ହୁଡା ୧୩ ବଲରେ ୨୨ ରନ କରି ଅପରାଜିତ ଥିଲେ।

ଅନ୍ଯପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ରିସ ୱକ୍ସ, କାଗିସୋ ରାବାଡା, ଅଭେଶ ଖାନ୍ ଓ ଲୁକମାନ ମେରିଓ୍ବାଲା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Leave A Reply

Your email address will not be published.