ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରରୁ ଅପରେଟ୍‍ ହେଉଛି ଆଇପିଏଲ୍‍ ବେଟିଂ, ମଙ୍ଗ ଧରିଛନ୍ତି ଅଣଓଡ଼ିଆ ଯୁବକ

ଭୁବନେଶ୍ୱର : ଫଟାଫଟ୍‍ କ୍ରିକେଟ୍‍ର ମହାସମର ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଜମୁଛି। ଆଉ ପଡ଼ିଆରେ ଛକ ଚୌକାର ବର୍ଷା ହେଉଛି। ସମ୍ପ୍ରତି ଆଇପିଏଲ୍‍ ମ୍ୟାଚ ଚାଲୁଥିବାବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ଅହେତୁକ ବୃଦ୍ଧି ହୋଇଛି। ଚଳିତ ଋତୁରେ ସାରା ଓଡ଼ିଶାରୁ ୨ଟି ବେଟିଂ ଉପରେ ଚଢ଼ଉ କରି ପର୍ଦ୍ଦାଫାସ କରିଛି ଓଡ଼ିଶା ପୁଲିସ। ରାଉଲକେଲାରୁ ଛତିଶଗଡ଼ର ୯ଜଣ ଯୁବକଙ୍କୁ ଗିରଫ କରାଯିବା ସହ ଟଙ୍କା, ୨୦ଟି ମୋବାଇଲ୍‍ ଜବତ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରାଯିବା ସହ ଦେଢ଼ ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଏହି ଦୁଇଟି ଘଟଣାରେ ସମ୍ପୃକ୍ତି ରହିଥିବା ଯୁବକ ପୁଲିସକୁ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ଭୁବନେଶ୍ୱରରୁ ଅପରେଟ୍‍ ହେଉଛି ଆଇପିଏଲ୍‍ ବେଟିଂ। ଏଠାରେ ରହି ସାରାରାଜ୍ୟକୁ ଅପରେଟ୍‍ କରୁଛନ୍ତି କିଛି ଯୁବକ। ତେବେ ବେଟିଂରେ ଅଣଓଡ଼ିଆ ଯୁବକ ମଙ୍ଗ ଧରିଛନ୍ତି। ସେମାନଙ୍କ ଇସାରାରେ ପୂରା ବେଟିଂ ଅପରେଟ୍‍ ହେଉଛି। ରାଜଧାନୀର କିଛି ପ୍ରତିଷ୍ଠିତ କଲେଜରେ ପାଠ ପଢ଼଼ୁଥିବା ଛାତ୍ର ଏଥିରେ ସିଧାସଳଖ ସମ୍ପୃକ୍ତି ରହିଛନ୍ତି। ଦୁଇଟି ଜିଲ୍ଲାରୁ ଧରାପଡ଼ିଥିବା ଯୁବକମାନେ ପୁଲିସ ଆଗରେ ଭୁବନେଶ୍ୱର ଲିଙ୍କ୍‍ ବିଷୟରେ କହିଛନ୍ତି। ପରେ ଜିଲ୍ଲା ପୁଲିସ କମିସନରଟ ପୁଲିସକୁ ଅବଗତ କରିଛି। ତେବେ ଖୁବ୍‍ ଶୀଘ୍ର ଭୁବନେଶ୍ୱରରେ ବଡ଼ଧରଣର ଚଢ଼ଉ କରାଯିବାର ସୂଚନା ମିଳିଛି। ସେପଟେ ମୁମ୍ବାଇର କିଛି ଦଲାଲଙ୍କ ସହ ସିଧା ସମ୍ପର୍କରେ ଭୁବେନଶ୍ୱର ଅଣଓଡ଼ିଆ ଯୁବକଙ୍କ ସମ୍ପୃକ୍ତି ରହିଛି। ଅନ୍‍ଲାଇନ୍‍ରେ ବେଟିଂରେ ଟଙ୍କା ଲଗାଇବାକୁ ପାଇଁ ଏଜେଣ୍ଟ ଯୋଗାଡ଼ କରିବାକୁ କୁହାଯାଇଛି। ସେମାନେ ଏଜେଣ୍ଟ ଯୋଗାଡ଼ କରିବା ପରେ ସେ ବାବଦରେ ଟଙ୍କା ମଧ୍ୟ ଦିଆଯିବ ବୋଲ କୁହାଯାଇଛି। ତେଣୁ ଅଣଓଡ଼ିଆ ଯୁବକ ଓଡ଼ିଶାରେ ବେଟିଂ କରାଇବାର ମୁଖ୍ୟ ସୂତ୍ରଧର ସାଜୁଛନ୍ତି।

ଯୁବପିଢ଼ି ଘରେ ବସି ଅର୍ଥ ରୋଜଗାର ନିଶାରେ ଲକ୍ଷ ଲକ୍ଷ ଟଙ୍କା ବେଟିଂରେ ଲଗାଉଛନ୍ତି। ବେଟିଂରେ ଟଙ୍କା ଲଗାଇ ମାଲେମାଲ୍‍ ହେବା ଆଶାରେ ଯୁବପିଢି, ଛାତ୍ରଛାତ୍ରୀ ଏପରିକି ସବୁବର୍ଗର ଲୋକ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ଯୁବପିଢ଼ିଙ୍କୁ ବେଟିଂରେ ସାମିଲ କରିବା ଲାଗି ୫୦ହଜାର ଟଙ୍କା ଏବଂ ୱାନ୍‍ପ୍ଲସ୍‍ ଫୋନ୍‍ ଜିତିବାର ଲୋଭନୀୟ ଆଶା ଦେଖାଉଛନ୍ତି। ଫଳରେ ବିଗତବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ବେଟିଂ ଜମୁଛି। କିନ୍ତୁ ପୁଲିସ କାଁ ଭାଁ ଚଢ଼ଉ କରି ଚୁପ୍‍ ହୋଇ ବସି ପଡ଼ିଛି। ଭୁବନଶ୍ୱର ହବ୍‍ ପାଲଟିଥିବା ବେଳେ କମିସନରେଟ ପୁଲିସ ନିରବଦ୍ରଷ୍ଟା ପାଲଟି ଯାଇଥିବା ଅଭିଯୋଗ ହେଉଛି। ତେବେ ଅଭିଯୋଗ ଆସିଲେ ଚଢ଼ଉ କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ମତ ଦେଇଛନ୍ତି।

Leave A Reply

Your email address will not be published.