ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୀତିଶ ରାଣା କୋଲକାତା ନାଇଟ୍ ରାଇଡର୍ସର ନୂଆ କ୍ୟାପଟେନ୍‌, ଆହତ ଶ୍ରେୟସଙ୍କ ସ୍ଥାନରେ ନେବେ ନେତୃତ୍ୱ

ମୁମ୍ବଇ : ଆଉ ୪ ଦିନ ପରେ ଆଇପିଏଲ୍‌ ସିଜନ୍‌-୧୬ ଆରମ୍ଭ ହେବ। ତେବେ ଏହାରି ମଧ୍ୟରେ କୋଲକାତା ନାଇଟରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଦେଇଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ । ନୀତିଶ ଆହତ ଶ୍ରେୟସଙ୍କ ସ୍ଥାନ ନେବେ । କୋଲକାତାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ପିଠିର ତଳ ଭାଗରେ ଆଘାତ କାରଣରୁ ଚଳିତ ସିଜିନରେ ଖେଳିପାରବେନି ।

କୋଲକାତା ନାଇଟ୍ ରାଇଡର୍ସ ତରଫରୁ ମିଳିଥିବା ସୂଚନା ମୁତାବକ, ଶ୍ରେୟାସ ଆୟର ଆଇପିଏଲର କିଛି ମ୍ୟାଚ୍ ଖେଳିନପାରନ୍ତି । ତେଣୁ ତାଙ୍କ ବଦଳରେ ନୀତିଶଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ୨୦୧୮ରୁ ସେ ଦଳ ସହିତ ଅଛନ୍ତି, ତେଣୁ ତାଙ୍କ କ୍ୟାପଟେନ୍ସିରେ ଦଳ ଆଗକୁ ବଢିବ ବୋଲି ଟିମ୍ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି ।କେକେଆର ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଓ ସହଯୋଗୀ ଷ୍ଟାଫଙ୍କ ସହଯୋଗ ନେତୃତ୍ୱ ନେବା ପାଇଁ ନୀତିଶଙ୍କୁ ନିଶ୍ଚୟ ସହାୟତା କରିବ । ନୀତିଶଙ୍କୁ ଏହି ଅବସରରେ ଶୁଭେଚ୍ଛା ଦେବା ସହିତ ଆୟରଙ୍କ ଶୀଘ୍ର ସୁସ୍ଥତା କାମନା କରିଛି କେକେଆରର ମ୍ୟାନେଜମେଣ୍ଟ ।

ଅନ୍ୟପଟେ ଶ୍ରେୟସ ଆୟର ଚଳିତ ଆଇପିଏଲ୍‌ ସିଜନ୍‌-୧୬ରୁ ବାଦ୍‌ ପଡିବା ନେଇ ଅଧିକାରୀକ ରୂପରେ କୌଣସି ସୂଚନା ଆସିନାହିଁ। ତାଙ୍କ ପିଠିରେ ସମସ୍ୟା ଏବଂ ସେ ନିଜ ଘରେ ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯଦି ଶ୍ରେୟସ ଏହିଭଳି ହିଁ ଫିଟ୍ ହୋଇଯାଆନ୍ତି ତେବେ ସେ ଅଧା ସିଜିନ ପରେ ଆଇପିଏଲ ୨୦୨୩ରେ ଖେଳିପାରନ୍ତି । ଆଉ ଯଦି ପିଠିର ସର୍ଜରି କରାନ୍ତି ତେବେ ସମ୍ପୂର୍ଣ୍ଣ ସିଜିନରୁ ବାଦ୍ ପଡ଼ିଯିବେ । ଏମିତିକି କ୍ରିକେଟରୁ ତାଙ୍କୁ ୫–୬ମାସ୍ ଦୁରେଇ ରହିବାକୁ ପଡିପାରେ । ତେଣୁ ଆଶା କରାଯାଉଛି ଯେ ଆୟୁର୍ବେଦିକ ଚିକିତ୍ସାରେ ସେ ସୁସ୍ଥ ହୋଇଯିବେ ।

Leave A Reply

Your email address will not be published.