ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ-୨୦୨୨: ଜାରି ହେଲା କ୍ରୀଡାସୂଚୀ, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୨ର କ୍ରୀଡାସୂଚୀ ଜାରି ହୋଇଛି। ମାର୍ଚ୍ଚ ୨୬ରେ ପ୍ରଥମ ମ୍ୟାଚ୍‌ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ଯରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭ଟା୩୦ରୁ ଖେଳାଯିବ।  ଏଥର ଆଇପିଏଲ ୧୦ଟି ଦଳକୁ ନେଇ ମୋଟ୍ ୭୪ଟି ମ୍ୟାଚ୍ ଖେଳାଯିବ। ଏଥିରୁ ୭୦ ଲିଗ୍ ମ୍ୟାଚ୍ ରହିଛି। ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଫାଇନାଲ୍ ମ୍ୟାଚ୍ ମେ ୨୨ରେ ଖେଳାଯିବ।

୧୦ଟି ଦଳ ମୋଟ୍ ୧୪ ଲିଗ୍ ମ୍ୟାଚ୍ ଖେଳିବେ। ସାତୋଟି ମ୍ୟାଚ୍ ଘରୋଇ ଏବଂ ସାତୋଟି ବାହାରେ ଖେଳିବେ। ୭୦ଟି ଲିଗ୍ ପରେ ୪ ପ୍ଲେଅଫ ମ୍ୟାଚ୍ ଖେଳାଯିବ। ୨୦୨୨ ମାର୍ଚ୍ଚ ୨୬ରୁ ଆଇପିଏଲ ୨୦୨୨ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ମେ ୨୯ରେ ଖେଳାଯିବ। ପ୍ଲେଅଫ ମ୍ୟାଚ୍‌ର ସ୍ଥାନ ପରେ ସ୍ଥିର କରାଯିବ।

Leave A Reply

Your email address will not be published.