ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ: ଆଜି ଆଇପିଏଲରେ ୨୧ତମ ଲିଗ୍ ମ୍ୟାଚରେ ପରସ୍ପରକୁ ଭେଟିବେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂକରିବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ।

ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଏପର୍ଯ୍ୟନ୍ତ କୌଣସି ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ମ୍ୟାଚ ଜିତି ଗୁଜରାଟର ମନୋବଳ ବଢିଯାଇଛି।

ସେହିପରି ସନରାଇଜର୍ସ ଦଳ ନିକଟରେ ଦମଦାର ବୋଲର ରହିଛନ୍ତି। କିନ୍ତୁ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । ଆଜିର ମ୍ୟାଚ୍ରେ ରସିଦ ଖାନଙ୍କ ଉପରେ ନଜର ରହିବ ।

Leave A Reply

Your email address will not be published.