ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୧: ପ୍ରଥମ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ: ଲଗାତାର ତିନୋଟି ମ୍ଯାଚ ହାରିବା ପରେ ଶେଷରେ ଆଜି ବିଜୟର ସ୍ଵାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନକୁ ଖସି ଆସିଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୯ ଓ୍ଵିକେଟ୍ ହରାଇ ୧୨୦ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦର ଜୋନି ବେୟାରଷ୍ଟୋଙ୍କ ଅପରାଜିତ ୬୩ ରନ ସହାୟତାରେ ହାଇଦ୍ରାବାଦ ୧ ଓ୍ଵିକେଟ୍ ହରାଇ ୧୮.୪ ଓଭରରେ ବିଜୟ ହାସଲ କରିଛି।

Leave A Reply

Your email address will not be published.