ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଣ୍ଟରନେଟ୍ ବ୍ୟବହାର : ସହରକୁ ଟପିଲା ଗାଁ

ନୂଆଦିଲ୍ଲୀ : ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ମୋଟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୬୪୬ ନିୟୁତ ରହିଥିଲା। କେବଳ ଯେ ସହର ନୁହେଁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାର ବେଶ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମିତିକି ଇଣ୍ଟରନେଟ୍ ବ୍ୟବହାରରେ ସହରକୁ ଟପିଯାଇଛି ଗାଁ। ଗ୍ରାମାଞ୍ଚଳ କ୍ଷେତ୍ରରେ ସହରଠାରୁ ୨୦% ଅଧିକ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ଏହାର ଅର୍ଥ ହେଉଛି ଭାରତର ଗ୍ରାମଗୁଡିକରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସହର ତୁଳନାରେ ୨୦ ପ୍ରତିଶତ ଅଧିକ। ଏତେ ସଂଖ୍ୟାରେ ମହିଳା ଏବେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ଯାହା ଫଳରେ ଚାର୍ଟିଂ କ୍ଷେତ୍ରରେ ପୁରୁଷଙ୍କୁ ମହିଳାମାନେ ଟପିଯାଇଥିବା ଏକ ସର୍ଭେ ରିପୋର୍ଟରେ କୁହାଯାଇଛି।

ଯଦି ଆମେ ୧୨ ବର୍ଷରୁ ଅଧ଄କ ବୟସ ବର୍ଗର ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଦେଖିବା ତେବେ ଜଣାଯିବ ଯେ ଗ୍ରାମାଞ୍ଚଳରେ ସକ୍ରିୟ ବ୍ୟବହାରକାରୀ ସଂଖ୍ୟା ୪୫% ଏବଂ ସହରରେ ୨୮% ବୃଦ୍ଧି ପାଇଛି। ସବୁଠାରୁ ପରିତାପର ବିଷୟ ହେଉଛି ଯେ, ଏବେ ବି ଦେଶର ୬୦% ଗାଁରେ ଇଣ୍ଟରନେଟ୍‌ ବ୍ୟବହାର କରାଯାଉ ନଥିବା ନିଲ୍‌ସନ୍‌ ଭାରତ ୨.୦ ଇଣ୍ଟରନେଟ୍‌ ସର୍ଭେରେ କୁହାଯାଇଛି। ବତର୍ତ୍ତମାନ ଦେଶରେ ୧୨ ବର୍ଷରୁ ଅଧିକ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୯୨ ନିୟୁତକୁ ବୃଦ୍ଧିପାଇଛି। ୨୦୧୯ ତୁଳନାରେ ଏହାଥିରେ ୩୭ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ଗାଁରେ ସକ୍ରିୟ ଭାବେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସହର ତୁଳନାରେ ୨୦ ପ୍ରତିଶତ ଅଧିକ।

କେବଳ ଏତିକି ନୁହେଁ, ଗତ ଦୁଇ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧି ହାର ପୁରୁଷଙ୍କ ତୁଳନାରେ ଅଧିକ ହୋଇଥÒବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଏହି ସର୍ଭେରେ ଦେଶର ୨୭,୯୦୦ ପରିବାରର ୧,୧୦୦୦୦ ସଦସ୍ୟଙ୍କୁ ସାମିଲ କରାଯାଇଥିଲା। ସେପ୍ଟେମ୍ବର ୨୦୨୧ ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା। ସର୍ଭେ ଫଳାଫଳ ଅନୁଯାୟୀ, ଭାରତର ଗ୍ରାମାଞ୍ଚଳର ୬୦ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁନାହାଁନ୍ତି। ଏଥିସହିତ ସହରୀ ଜନସଂଖ୍ୟାର ୫୯ ପ୍ରତିଶତ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ସହରଗୁଡିକରେ ୨୯୪ନିୟୁତ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୧୨ବର୍ଷରୁ ଅଧିକ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବର୍ତ୍ତମାନ ଦେଶରେ ୫୯୨ ନିୟୁତରେ ପହଞ୍ଚିଛି।

୨୦୧୯ ତୁଳନାରେ ଏଥିରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ସକ୍ରିୟ ଉପଭୋକ୍ତାମାନେ ୪୫ ପ୍ରତିଶତ ଏବଂ ସହରରେ ୨୮ ପ୍ରତିଶତ ବୃଦ୍ଧି ପାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ମହିଳା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି ଏବଂ ସେମାନେ ଏହି ପ୍ରସଙ୍ଗରେ ପୁରୁଷମାନଙ୍କୁ ପଛରେ ପକାଇଛନ୍ତି। ଦୁଇ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା ୬୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଏହି ସମୟ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ମାତ୍ର ୨୪ ପ୍ରତିଶତ ବୃଦ୍ଧି ପାଇଛି। ସର୍ଭେ ଅନୁଯାୟୀ ୯୦ ପ୍ରତିଶତ ଉପଭୋକ୍ତା ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି। ୫୦ ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରିବାରେ ପଛରେ ନାହାଁନ୍ତି। ସର୍ଭେ କରାଯାଇଥିବା ଏହି ବୟସ ବର୍ଗର ୮୧ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ଇଣ୍ଟରନେଟ୍ ବ୍ୟବହାର କରନ୍ତି।

ଇଣ୍ଟରନେଟ୍ ଚଳାଇବା ପାଇଁ ଦେଶରେ ମୋବାଇଲ୍ ଫୋନ୍ ସର୍ବାଧିକ ବ୍ୟବହୃତ ହେଉଛି। ସୋସିଆଲ୍ ନେଟୱାର୍କିଂ ଏବଂ ଚାର୍ଟିଂ ପାଇଁ ଭାରତରେ ଇଣ୍ଟରନେଟର ସର୍ବାଧିକ ବ୍ୟବହାର କରାଯାଇଥାଏ। ଭିଡିଓ ଦେଖିବା ଏବଂ ଅନ୍‌ଲାଇନ୍‌ରେ ମ୍ୟୁଜିକ୍ ଶୁଣିବା ମଧ୍ୟ ଇଣ୍ଟରନେଟ୍‌ର ୫ ଟି ବ୍ୟବହାରରେ ଅନ୍ତର୍ଭୁକ୍ତ। ଯଦିଓ ଗାଁରେ ଇଣ୍ଟରନେଟ୍ ବ୍ୟବହାର ସହର ତୁଳନାରେ ୨୦ ପ୍ରତିଶତ ଅଧିକ, କିନ୍ତୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ୍ ଦୃଷ୍ଟିରୁ ସହରାଞ୍ଚଳର ଲୋକେ ଗାଁଠାରୁ ଆଗରେ ରହିଛନ୍ତି। ଅପରପକ୍ଷେ ୨୦ରୁ ୩୯ ବର୍ଷ ବୟସର ସହରାଞ୍ଚଳର ଦୁଇ ତୃତୀୟାଂଶ ଲୋକ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବ୍ୟବହାର କରୁଥିବା ସର୍ଭେରୁ ଜଣାଯାଇଛି।

Leave A Reply

Your email address will not be published.