ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ହକି ଦଳରୁ ଅବସର ନେଲେ ଅନ୍ତର୍ଜାତୀୟ ହକି ତାରକା ଲିଲିମା ମିଞ୍ଜ

ଭୁବନେଶ୍ବର : ଜାତୀୟ ମହିଳା ହକି ଦଳରୁ ଅବସର ଘୋଷଣା କରିଛନ୍ତି ଓଡିଆ ଖେଳାଳି ଲିଲିମା ମିଞ୍ଜ । ଟୁଇଟ୍ କରି ଲିଲିମା ଅବସର ବାବଦରେ ସୂଚନା ଦେଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ‘ମୁଁ ଭାରତୀୟ ମହିଳା ହକି ଦଳରୁ ଅବସର ନେବାକୁ ମୋର ନିଷ୍ପତ୍ତି ନେଉଛି।ଗତ ଦଶନ୍ଧି ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । କାରଣ ମୋତେ ଦଳର ଏକ ଅଂଶ ହେବାର ଗୌରବ ଏବଂ ସୁଯୋଗ ମିଳିଥିଲା । “ମୁଁ ମୋର ସାଥୀଙ୍କ ସହ ବିତାଇଥିବା ଏହି ସମୟକୁ ମୁଁ ସର୍ବଦା ମନେ ରଖିବି।’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ସମୟରେ ମହିଳା ହକି ଦଳ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା,ସେହି ସମୟରେ ଦଳର ସାମିଲ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଛି।ଜାତୀୟ ମହିଳା ଦଳ ଏବେ ପାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟରେ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ଅବସର ପରେ ଆଗକୁ ଓଡିଶା ହକି ଉନ୍ନତି ପାଇଁ କାମ କରିବେ ବୋଲି ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ ।


ହକି ସର୍ବଦା ମୋର ପ୍ରଥମ ପ୍ରେମ । ତେଣୁ ମୁଁ ଘରୋଇ ହକି ଖେଳିବା ଜାରି ରଖିବି। ଦକ୍ଷତା ଅନୁସାରେ ଓଡିଶା ହକିର ଉନ୍ନତି ପାଇଁ କାର୍ଯ୍ୟ କରିବି । ଜାତୀୟ ହକି ଦଳକୁ ମୋ ସମର୍ଥନ ଜାରି ରହିବ ବୋଲି ଲିଲିମା ମିଞ୍ଜ କହିଛନ୍ତି। ଅନ୍ୟପଟେ ଲିଲିମା ମିଞ୍ଜଙ୍କ ଅବସର ଅବସର ଘୋଷଣା ପରେ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ହକି ପାଇଁ ତାଙ୍କ ଅବଦାନକୁ ଭୁଲି ହେବନି ବୋଲି କହିଛି । ଏଥି ସହିତ  ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛି ହକି ଇଣ୍ଡିଆ।

Leave A Reply

Your email address will not be published.