ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ

ପ୍ରତିବର୍ଷ ଜୁଲାଇ ୩୦କୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତା ସାମାଜିକ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ସେହିପରି ପ୍ରକୃତ ବନ୍ଧୁ ହିଁ ସୁଖ, ଦୁଃଖ, ସବୁ ପ୍ରକାର ପରିସ୍ଥିତିରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି। ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ।ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।

୧୯୫୮ରେ ଏହି ଦିବସ ପାଳନର ପରମ୍ପରା ପ୍ରଥମେ ଆରମ୍ଭ କରାଯାଇଥିଲା। ମାତ୍ର ଜାତିସଂଘ ୨୦୧୧ରେ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଭିନ୍ନ ଭିନ୍ନ ଦେଶ, ସଂସ୍କୃତି, ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ଏକତା ଓ ଶାନ୍ତି ପ୍ରତିଷ୍ଠା କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଦିନ ଶାନ୍ତି, ସୁଖ ଓ ଏକତାକୁ ପ୍ରୋତ୍ସାହିତ କରିଥାଏ। ଏହି ଅବସରରେ ସାଙ୍ଗମାନେ ପରସ୍ପରକୁ ଉପହାର ଦେଇ ନିଜ ବନ୍ଧୁ ପ୍ରତି ଥିବା ସଦ୍‌ଭାବନାକୁ ବ୍ୟକ୍ତ କରିଥାନ୍ତି। ଏହା ବାଦ୍ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମମାନ ଅୟୋଜନ କରାଯାଏ। ତେେବ ଭାରତରେ ବନ୍ଧୁତା ଦିବସକୁ ଅଗଷ୍ଟ ମାସର ପ୍ରଥମ ରବିବାରଦିନ ପାଳନ କରାଯାଏ।

Leave A Reply

Your email address will not be published.