ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ‘ଗୁଗୁଲ୍’ ବିଷୟରେ କିଛି ରୋଚକ ତଥ୍ଯ: କେମିତି ମିଳିଲା ଗୁଗୁଲର ନାଁ, ମିଠା ଉପରେ ଆଣ୍ଡ୍ରଏଡ୍ ନାମ କାହିଁକି

ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଗତକାଲି  ୨୩ତମ ଜନ୍ମଦିନ ପାଳନ କରିଛି। ଏଥିପାଇଁ  କମ୍ପାନୀ ପକ୍ଷରୁଏକ ଡୁଡଲ୍ ପ୍ରସ୍ତୁତ କରାଯାଇଥିଲା, ଯେଉଁଥରେ କେକ୍ ଏବଂ ମହମବତୀ ଦୃଶ୍ୟମାନ ହେଉଥିଲା । ସେହି କେକ୍ ଉପରେ ୨୩ ନମ୍ବର ଲେଖାଯାଇଥିଲା  । ଅଧିକାଂଶ ଗ୍ରାହକ ଗୁଗୁଲକୁ ଏକ ସର୍ଜି ଇଞ୍ଜିନ୍ ଭାବରେ ଜାଣନ୍ତି, କିନ୍ତୁ ଏହା ଏକ କମ୍ପାନୀ ଯେଉଁଥ୍ରେି ସମୁଦାୟ ୨୦୧ ଟି ଉତ୍ପାଦ ଏବଂ ସେବା ରହିଛି। ଏଥିରେ ଜି-ମେଲ, ଗୁଗୁଲ୍ ପ୍ଲସ୍, ଗୁଗୁଲ୍‌ଡ୍ରାଇଭ, ଗୁଗୁଲଫଟୋ, ଗୁଗୁଲ ମ୍ୟାପ୍ସ, ୟୁଟ୍ୟୁବ୍, କ୍ରୋମ୍, କ୍ଲାଉଡ୍ ପ୍ରିଣ୍ଟ, ପ୍ଲେ ଷ୍ଟୋର, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି ।

ଭୂଲରେ ମିଳିଲା ଗୁଗୁଲ୍ ନାମ

ଗୁଗୁଲ ସର୍ଚ୍ଚ ଇଞ୍ଜିନ୍ ନାମର ବନାନ ଏହାର ପ୍ରତିଷ୍ଠାତାମାନଙ୍କ ଦ୍ବାରା କରାଯାଇଥିବା ଭୂଲ ଯୋଗୁ ଗୁଗୁଲ୍ (GOOGLE) ଲେଖାଯାଇଥିଲା। ଏହାର ନାମ ଲେଖୁବାବେଳେ, ଭୁଲ୍ ଭାବରେ ଏହାକୁ GOOGLE ଭାବରେ ଲେଖାଯାଇଥିଲା। ଏହି କମ୍ପାନୀ ମୂଳତଃ ଗୋ -ଗୁଗଲ୍ (GO GOOGOL) ନାମରେ ନାମିତ ହେବାର ଥିଲା ।

ମିଠା ଉପରେ ଆଣ୍ଡ୍ରଏଡ୍ ନାମ କାହିଁକି ରହିଲା

ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ବଜାରରେ ସର୍ବାଧିକ ବ୍ୟବହୃତ ମୋବାଇଲ୍ ଓଏସ୍ ହୋଇପାରିଛି। ଏକ ନମ୍ବର ଅପରେଟିଂ ସିଷ୍ଟମ୍ ହେବା ସହିତ ଏହି ଅପରେଟିଂ ସିଷ୍ଟମର ନାମ ବିଷୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ଏହାକୁ ଅନେକ ମିଠା ଦ୍ରବ୍ୟର ନାମରେ କାହିଁକି ନାମିତ କରାଯାଇଛି। ଗୁଗୁଲ୍ କର୍ମଚାରୀ ରାଣ୍ଡାଲ୍ ସାରଫାଙ୍କ ଅନୁଯାୟୀ, ଏହା ଏକ ଟିମୱାର୍କ ପାଇଁ ସମ୍ଭବପର ହୋଇଛି। ଗୁଗୁଲର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଏ, ବି, ସି, ଡି ର ବର୍ଣ୍ଣମାଳା ଅନୁଯାୟୀ ନାମିତ ହୋଇଛି। ସେଗୁଡିକ ହେଉଛି କପ୍ କେକ୍, ଡୋନାଟ୍, ଏକ୍ଲେୟାର, ପ୍ରୋୟୋ, ଜିଞ୍ଜରବ୍ରେଡ୍, ହନିକମ୍‌, ଆଇସ୍କ୍ରିମ୍ ସାଣ୍ଡୱିଚ୍‌, ଜେଲି ବିନ୍,ଇଟକାଟ୍ , ଲଲିପପ୍‌ ମାର୍ଶମାଲୋ, ନୋଗାଟ୍, ଓରିଓ ଏବଂ ପିଇ। ଆହୁରିମଧ୍ୟ ଏଗୁଡିକ ଅନେକ ମିଠା ଦ୍ରବକୁ ବୁଝାଉଛି। ଏହାପରେ କମ୍ପାନୀ ଆଣ୍ଡ୍ରଏଡ୍ ୧୦, ଆଣ୍ଡ୍ରଏଡ୍‌ ୧୧ ଏବଂ ଆଣ୍ଡ ଏଡ୍ ୧୨ନାମକ ଓଏସ୍ ରିଲିଜ୍ କରାଇଛି ।

ଗୁଗୁଲ୍ ଡୁଡୁଲ୍‌ର ନୂତନ କନସେପ୍ଟ

୧୯୯୮ରେ ବର୍ନିଂ ମ୍ୟାନ୍ ଫେଷ୍ଟିଭାଲ୍‌ରେ ଗୁଗୁଲର ପ୍ରଥମ ଡୁଡଲ୍ ତିଆରି କରାଯାଇଥିଲା। ଏଥିରେ ଗୁଗୁଲର ସର୍ଚ୍ଚ ପେଜ୍ ପରିବର୍ତ୍ତନ କରାଯାଇଥିଲା । ମେ ୨୦୧୨ରେ, ଗୁଗୁଲ ଏହାର ଡୁଡଲକୁ ନୂଆ ରୂପ ଦେଇଥିଲା। ଏହା ଏକ ଖେଳ ଆକାରରେ ଥିଲା, ପ୍ରଥମ ଥର ଯେତେବେଳେ ଜଣେ ଉପଭୋକ୍ତା ଗୁଗୁଲ୍ ଡୁଡଲ୍ ସହିତ ଖେଳିପାରନ୍ତି। ଏହି ଖେଳ ପ୍ୟାକ୍-ମ୍ୟାନ୍ ଭିଡିଓ ଗେମ୍ବର ୩୦ ବର୍ଷ ପାଳନ କରିବାକୁ ସୃଷ୍ଟି କରାଯାଇଥିଲା।

ଲ୍ୟାରୀ ପେଜ୍ ଏବଂ ସର୍ଗି ବ୍ରିନ୍ ଗୁଗୁଲକୁ ବିକ୍ରି କରିବାକୁ ଚାହୁଁଥିଲେ
ପ୍ରାରମ୍ଭରେ ଗୁଗୁଲ୍ ପ୍ରତିଷ୍ଠାତା ସର୍ଗି ବ୍ରିନ୍ ଏବଂ ଲ୍ୟାରି ପେଜ୍ ଗୁଗୁଲ୍ ବିକ୍ରୟ କରିବାକୁ ଏକ୍ସାଇଡ୍ କମ୍ପାନୀର ସିଇଓଙ୍କ ନିକଟକୁ ଯାଇଥିଲେ। ଉଭୟେ ଗୁଗୁଲ୍‌କୁ ୧ ନିୟୁତ ଡଲାରରେ ବିକ୍ରି କରିବାକୁ ଚାହୁଁଥିଲେ। ଗୁଗୁଲକୁ ମାତ୍ର ୭୫୦,୦୦୦ ଡଲାର୍ ପ୍ରଦାନ କରାଯାଇଥିଲା । ସେହି ସମୟରେ ଏହି କାରବାର ହୋଇପାରି ନ ଥିଲା । ପରବର୍ତ୍ତୀ ସମୟରେ ଗୁଗୁଲ୍ ଏକ ବଡ଼ ରୂପ ନେଇଥିଲା।

ଗୁଗୁଲର ରୋଷେୟାଙ୍କର ୧୫୦ ଜଣିଆ ଟିମ୍ ଥିଲେ

ନଭେମ୍ବର ୧୯୯ରେ ଗୁଗୁଲ୍ ଦ୍ବାରା ଜଣେ ରୋଷେୟା ନିଯୁକ୍ତ ହୋଇଥିଲେ । ଚାର୍ଲି ଆୟର୍ସଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ଜଣ । କର୍ମଚାରୀଙ୍କ ପାଇଁ ରାନ୍ଧିବାକୁ ପଡିଲା। ଗଣମାଧ୍ୟମରେ ତାଙ୍କର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ୨୦୦୬ରେ ଚାଲି ଗୁଗୁଲ ଛାଡିଥିଲେ ।  ଏହି ସମୟ ପର୍ଯ୍ୟନ୍ତ ଏହି ଗୁଗୁଲ୍ ମାଷ୍ଟର ରୋଷେୟାଙ୍କର ୪ଟି ସ୍ଵତନ୍ତ୍ର ରୋଷେୟା ଏବଂ ୧୫୦ ଜଣିଆ ଟିମ୍ ରହିଥିଲେ। ଏହି ଦଳ ଗୋଟିଏ ଦିନରେ ୪୦୦୦ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରଷୁଥିଲେ।

ପ୍ରତି ସପ୍ତାହରେ ଏକ ନୂତନ କମ୍ପାନୀରେ ବିନିଯୋଗ

ଗୁଗୁଲ ବିଷୟରେ ଆଉ ଏକ କୌତୂହଳପୂର୍ଣ୍ଣ ବିଷୟ ହେଉଛି ଯେ, ୨୦୧୦ଠାରୁ ଗୁଗୁଲ ପ୍ରାୟ ପ୍ରତି ସପ୍ତାହରେ ଏକ ‘ଗ୍ଲୋବାଲ୍ ଆଇପି ସଲ୍ୟୁସନ୍ ଏବଂ ପରି କମ୍ପାନୀ ସହ ମିଶ୍ରଣ ପରେ ଆଣ୍ଡ୍ରଏଡ୍ ମୋଟରୋଲା, କୁଇକ୍ ଅଫିସ୍ ପରି ଅନେକ କମ୍ପାନୀଙ୍କର ଗୁଗୁଲ୍ ସହିତ ମିଶ୍ରଣ ହୋଇଥିଲା ।

ଗୁଗୁଲର ପ୍ରଥମ ଟ୍ଵିଟ୍

ବହୁତ କମ୍ ଲୋକ ଜାଣନ୍ତି ଯେ, ଗୁଗୁଲ୍ କମ୍ପ୍ୟୁଟର ଭାଷାରେ ଏହାର ପ୍ରଥମ ଟ୍ଵିଟ୍ କରିଛି ଯେଉଁଥିରେ ୦ ଏବଂ ୧ ବ୍ୟବହୃତ ହେଉଛି – ‘ବାଇନାରୀ’। ଏହି ଟୁଇଟ୍ ଥିଲା ମୁଁ” 01100110 01100101 01100101 01101100 01101001 01101110 00100000 01101100 01101011 01110101 01100011 01111001 00001010.” ଇଂରାଜୀରେ ଏହାର ଅର୍ଥ ହେଉଛି ‘ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି’ ଆପଣ ଗୁଗୁଲର ସର୍ଜ ବଟନ୍‌ ପାଖରେ ଲେଖାଯାଇଥିବା ଏହି ଶବ୍ଦଗୁଡ଼ିକୁ ପାଇପାରିବେ । ଏହା ଉପରେ କ୍ଲିକ୍ କରି, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଗୁଗୁଲ୍ ଡୁଡଲ୍ସ ବିଷୟରେ ସୂଚନା ପାଇପାରିବେ।

୫୦ଟି ବିଭିନ୍ନ ଭାଷାରେ ଜି-ମେଲ୍

ଗୁଗୁଲ୍‌ର ଇ-ମେଲ୍ ସେବା ଜି-ମେଲ୍ ୧୬ ଡିସେମ୍ବର ୨୦୦୦ ରେ ଆରମ୍ଭ କରାଯାଇଥିଲା । ଏହି ସେବା ୫୦ଟି ବିଭିନ୍ନ ଭାଷାରେ ଆରମ୍ଭ କରାଯାଇଥିଲା। ଗୁଗୁଲ୍‌ରେ ଏକ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ରାଜନ ସେଠଙ୍କ ଦ୍ବାରା ଜି-ମେଲ୍‌ର ଧାରଣା ଦିଆଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଗୁଗୁଲ୍‌ର କର୍ମଚାରୀଙ୍କ ପାଇଁ ଜି-ମେଲ୍ ତିଆରି କରାଯାଇଥିଲା। ୨୦୦୪ କି ଏପ୍ରିଲ୍‌ ପହିଲାରେ ବିଶ୍ୱରେ ଅଧିକାରିକ ଭାବେ ଉପଭୋକ୍ତାମାନଙ୍କ ପାଇଁ ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରାଯାଇଥିଲା।

ଗୁଗୁଲ୍ ଷ୍ଟକ୍ ବିକି ହଜାରେ କର୍ମଚାରୀ କୋଟିପତି

ଗୁଗୁଲର ସେୟାର ବିକ୍ରୟ କରିବା ପରେ କମ୍ପାନୀର ପ୍ରାୟ ୧୦୦୦କର୍ମଚାରୀ କୋଟିପତି ହୋଇଥିଲେ । ଯେତେବେଳେ ୨୦୦୪ରେ କମ୍ପାନୀ ଏହାର ଅଂଶଧନକୁ ସାଧାରଣ ଲୋକଙ୍କୁ ଦେଇଥିଲା।

ଗୁଗୁଲ୍‌ର ଲୋଗୋ ମିଡିଲ୍‌ରେ ନ ଥିଲା

ଯଦି ଆମେ ସର୍ଚ୍ଚ ଇଞ୍ଜିନ୍‌ର ଡିଜାଇନ୍ ବିଷୟରେ କଥା ହେବା, ତେବେ ଗୁଗୁଲ ସର୍ଚ୍ଚ ଇଞ୍ଜିନ୍ ସବୁଠାରୁ ଆକର୍ଷଣୀୟ ଦେଖାଯିବ। ଗୁଗୁଲ୍‌ର ସର୍ଜ ବାର୍ ଏବଂ ଉପରେ ଗୁଗୁଲ୍ ଲେଖାଯାଇଛି। ପ୍ରାଥମିକ ସମୟରେ ଗୁଗୁଲ୍ ଲୋଗୋ ସ୍କ୍ରିନର ବାମ ପାର୍ଶ୍ଵରେ ଥିଲା। ୨୦୦୧ ମାର୍ଚ୍ଚ ୩୧ ରେ ଗୁଗୁଲର ସର୍ଚ୍ଚ ପେଜ୍ ପରିବର୍ତ୍ତନ କରାଯାଇଥିଲା।

Leave A Reply

Your email address will not be published.