ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ନାଟମଣ୍ଡପର ଚାରୋଟି କଲମରେ ଫାଟ ସୃଷ୍ଟି ହୋଇଛି। ଫେବୃଆରୀ ସୁଦ୍ଧା ମରାମତି କାର୍ଯ୍ଯ ଶେଷ ହେବ। ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ବୈଷୟିକ କୋରକମିଟି ମରାମତି କାର୍ଯ୍ଯ ଶେଷ କରିବ। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵ ୫ ଏକର ପରିମିତ ଅଞ୍ଚଳର ବିକାଶ ପାଇଁ ଦିଲ୍ଲୀର ଲୋଟସ୍ ଇଣ୍ଡିଆ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। ନାଟମଣ୍ଡପ ବିମର ମରାମତି ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ ବୋଲି ମରାମତି କାମର ସ୍ଥିତି ଅନୁଧ୍ୟାନ ପରେ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି।