ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୌସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ

କୋଚି: ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଆଜି ଉଦଘାଟିତ ହୋଇଛି ଆଇଏନଏସ ବିକ୍ରାନ୍ତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ଯକ୍ରମ ପାଇଁ କୋଚିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। କାର୍ଯ୍ଯକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍, ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସମେତ ନୌସେନାର ବହୁ ଅଧିକାରୀ ସାମିଲ ହୋଇଛନ୍ତି।

ପ୍ରଦାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହା ସଶକ୍ତ ଭାରତର ଶକ୍ତିଶାଳୀ ଚିତ୍ର। ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଏହା ଭାରତର ପ୍ରତିଭାର ଏକ ଉଦାହରଣ।  ଯଦି ଆପଣ ସଂକଳ୍ପବଦ୍ଧ, କିଛି ଅସମ୍ଭବ ନୁହେଁ ବୋଲି ମୋଦୀ କହିଛନ୍ତି। ଆଜି ଆମେ ନୂତନ ସୂର୍ଯ୍ୟ ଉଦୟର ସାକ୍ଷୀ ଅଟୁ। ଏହା ଉତ୍ପାଦନ କରୁଥିବା ବିଦ୍ୟୁତ୍ ପରିମାଣ ୫ ହଜାର ଘରକୁ ଆଲୋକିତ କରିପାରିବ। ଏହା ଦୁଇଟି ଫୁଟବଲ୍ ପଡ଼ିଆ ସହିତ ସମାନ ବୋଲି ମୋଦୀ କହିଛନ୍ତି।

ଏଥିସହ ଶିବାଜୀଙ୍କ ସମୁଦ୍ର ଭଳି ଶକ୍ତି ଦ୍ବାରା ଶତ୍ରୁମାନେ କମ୍ପୁଥିଲେ। ଆଜି ମୁଁ ଛତ୍ରପତି ବୀର ଶିବାଜୀ ମହାରାଜଙ୍କୁ ନୂତନ ନୌ ସେନା ପତାକା ଉତ୍ସର୍ଗ କରିଛି। ଏହି ନୂତନ ପତାକା ନୌସେନାର ଶକ୍ତି ଏବଂ ଆତ୍ମ ସମ୍ମାନକୁ ଦୃଢକରିବ। ଅଦ୍ୟାବଧି ନୌସେନା ପତାକା ଦାସତ୍ୱର ଚିତ୍ର ଥିଲା। ଆମେ ଏହି ଛବି ଅପସାରଣ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତୀୟ ନୌସେନା ଶୁକ୍ରବାର ଦିନ ଏକ ନୂତନ ନୌସେନା ପତାକା ପାଇଛି। ଏହାପୂର୍ବରୁ ଏହାର ଏକ ଲାଲ୍ କ୍ରସ୍ ମାର୍କ ଥିଲା । ଏହାକୁ ହଟାଇ ଦିଆଯାଇଛି । ବର୍ତ୍ତମାନ ନୂତନ ନୌସେନା ପତାକାରେ ବାମରେ ତ୍ରିରଙ୍ଗା ଏବଂ ଡାହାଣରେ ଅଶୋକା ଚକ୍ରର ପ୍ରତୀକ ରହିଛି।

ମୋଦୀ ଆହୁରି ମଧ୍ଯ କହିଛନ୍ତି  ଯେ, ବିକ୍ରାନ୍ତି ବିଶଳ ଅଟେ, ଏହା ସ୍ୱତନ୍ତ୍ର, ଏହା ଗୌରବମୟ ଅଟେ। ଏହା କେବଳ ଯୁଦ୍ଧ ଜାହାଜ ନୁହେଁ । ଏକବିଂଶ ଶତାବ୍ଦୀର ଭାରତର କଠିନ ପରିଶ୍ରମ, ଦକ୍ଷତା ଏବଂ ପରିଶ୍ରମର ଏହା ଏକ ସାକ୍ଷ୍ୟ । ଆଜି ଭାରତ ସେହି ଦେଶ ତାଲିକାରେ ଯୋଗ ଦେଇଛି ଯେଉଁମାନେ ସେମାନଙ୍କର ଟେକ୍ନୋଲୋଜି ସହିତ ଏତେ ବଡ଼ ଜାହାଜ ନିର୍ମାଣ କରିପାରିବେ। ଆଜି ଆଇଏନଏସ ବିକ୍ରାନ୍ତ ଭାରତୀୟମାନଙ୍କୁ ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରିଛି ।

ଆଇଏନଏସ ବିକ୍ରାନ୍ତର ଦୈର୍ଘ୍ୟ ୨୬୨ ମିଟର ଓ ଉଚ୍ଚତା ୫୯ ମିଟର। ଆଇଏନଏସ ବିକ୍ରାନ୍ତରେ ରହିବାକୁ ଥିବା ପ୍ରାୟ ୩୦ଟି ବିମାନ ଲାଗି ଭାରତ ନିକଟରେ ପ୍ରସ୍ତାବ ଦେଇଛନ୍ତି ଫ୍ରାନ୍ସର ଡାସଲଟ ଓ ବୋଇଂ। ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି । ଏହା ଏକାଥରକେ ୧୫ ହଜାର କିଲୋମିଟର ଗତିକରିପାରିବ । ଏଥିରେ ମିଗ-୨୯ ବିମାନ ପରିବହନ କରାଯାଇପାରିବ । ଏଥିରେ ଫାଇଟର ଜେଟ ଓ ହେଲିକପ୍ଟର ପରିବହନ କରାଯାଇପାରିବ । ବିକ୍ରାନ୍ତର ୭୫ ପ୍ରତିଶତ କମ୍ପାର୍ଟମେଣ୍ଟ ସ୍ୱଦେଶୀ କାରିଗରିରେ ନିର୍ମିତ । ଏହାର ଓଜନ ପ୍ରାୟ ୪୫ ହଜାର ଟନ ଥିବାବେଳେ ଏହା ଘଣ୍ଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରିପାରିବ । ୧୯୬ ଅଫିସର ଓ ୧୪୪୯ ଯାତ୍ରୀଙ୍କୁ ନେବା କ୍ଷମତା ରହିଥିବାବେଳେ ଇଲେକ୍ଟ୍ରୋନିକ ଓ୍ବାରଫେର୍ ଲାଗି ସକ୍ଷମ ଆଇଏନଏସ ବିକ୍ରାନ୍ତ ।

Leave A Reply

Your email address will not be published.