ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ନୌସେନାରେ ସାମିଲ ହେଲା ସାଇଲେଣ୍ଟ କିଲର ‘ଆଇଏନ୍‌ଏସ୍‌ ୱାଗିର୍‌’

ମୁମ୍ବାଇ : ବଢିଲା ଭାରତୀୟ ନୌସେନାର ଶକ୍ତି। ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ‘ଆଇଏନ୍‌ଏସ୍‌ ୱାଗିର୍‌’ ନୌସେନାର ‘ଆଇଏସ୍‌ଆର୍‌’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ।

ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ କରୁଛନ୍ତି ଶକ୍ତିଶାଳୀ ।

ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ଦ୍ବାରା ନିର୍ମିତ ‘ଆଇଏନ୍‌ଏସ୍‌ ୱାଗିର୍‌’ର ସାମିଲ ଉତ୍ସବରେ ‘ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ। ଆଇଏନ୍‌ଏସ୍‌ ୱାଗିର୍‌କୁ ନୌସେନାରେ ସାମିଲ ନେଇ ନୌସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ବାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍‌ସ୍‌, ସର୍ଭିଲେନ୍‌ସ୍‌ ଏବଂ ରିକୋନେସାନ୍‌ସ୍‌’ (ଆଇଏସ୍‌ଆର୍‌) ପରିଚାଳନା କରିବ।

Leave A Reply

Your email address will not be published.