ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ କାମ

ଭୁବନେଶ୍ୱର : ଖୁବ୍‍ଶୀଘ୍ର ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ କାମ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଯୋଜନା ସବୁକୁ ବାସ୍ତବ ରୂପ ଦିଆଯିବ। ଧଉଳି, ଖଣ୍ଡଗିରି ଓ ଉଦୟଗିରିଠାରେ ସାମଗ୍ରିକ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ବିଭାଗଦ୍ୱାରା ମାଷ୍ଟରପ୍ଲାନ୍‍ ପ୍ରସ୍ତୁତ କରାଯାଉଛି। ନନ୍ଦନକାନନଠାରେ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ଦ୍ୱାରା ପଦକ୍ଷେପ ନିଆଯିବା ପାଇଁ ଗ୍ରହଣ ହୋଇଛି। ଧଉଳି ଶାନ୍ତିସ୍ତୁପର ମରାମତି ଓ ନବୀକରଣ କାର୍ଯ୍ୟ ଓଡ଼ିଶା ବ୍ରିଜ୍‍ କନ୍‍ଷ୍ଟ୍ରକସନ୍‍ କର୍ପୋରେସନ୍‍ (ଓବିସିସି) କରୁଛି ଓ ଏହାକୁ ୩୧ ଅଗଷ୍ଟ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତୋଟି ଅଣସଂରକ୍ଷିତ କୀର୍ତ୍ତିରାଜି ଅଛି ସେ ସମ୍ପର୍କରେ ପୂର୍ଣ୍ଣାଙ୍ଗ ସର୍ଭେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପନ୍ନ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ୫୪୨ଟି ଅଣସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ କରାଯାଇଛି। ତେବେ ରାଜ୍ୟରେ ମୋଟ ୨୧୪ଟି ପ୍ରଚୀନ କୀର୍ତ୍ତିରାଜିକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତିରାଜି ରୂପେ ଘୋଷଣା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଣସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ ନିମନ୍ତେ ମୋଟ ୬ କୋଟି ୮ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା। ତନ୍ମଧ୍ୟରୁ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାଙ୍କ ଜରିଆରେ ମୋଟ ୫ କୋଟି ୯୭ ଲକ୍ଷ ୪୦ ହଜାର ୭୮୨ ଟଙ୍କା ବ୍ୟୟ କରାଯାଇ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୮ଟି ଅଣସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଓ ରକ୍ଷଣାକ୍ଷେଣ କାର୍ଯ୍ୟ କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଣସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ବାବଦରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାଙ୍କ ଦ୍ୱାରା ମୋଟ ୨୭ ଲକ୍ଷ ୯୯ ହଜାର ୭୦୬ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଉକ୍ତ ଅର୍ଥରାଶିର ବିନିଯୋଗରେ ସମ୍ପୃକ୍ତ ଜିଲ୍ଲାର ମୋଟ ୬ଟି ଅଣସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.