ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ଆରମ୍ଭ ହେଲା ମାଜିଷ୍ଟ୍ରେଟ ତଦନ୍ତ

ଭୋପାଳ : ମଧ୍ୟପ୍ରଦେଶ ଇନ୍ଦୋର ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ଆହୁରି କିଛି ଲୋକ ମାଟି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ଯ ଅଧିକ ତ୍ୱରାନିତ କରିବାକୁ ସେନାକୁ ମୁତୟନ କରାଯାଇଛି । ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉଠିଛି ପ୍ରଶ୍ନ । ଏଥିପାଇଁ ଦାୟୀ କିଏ ।  ଜନସମାଗମ ହେବାର ଜାଣିଥିଲେ ମଧ୍ୟ କାହିଁକି ଅବଲମ୍ବନ କରାଯାଇନଥିଲା ସତର୍କତା ? ଏକା ସାଙ୍ଗରେ ଏତେ ଲୋକଙ୍କୁ ଛାତ ଉପରକୁ ଯିବାକୁ କାହିଁକି ଦିଆଗଲା ଅନୁମତି ? ମନ୍ଦିର କର୍ତ୍ତୃପକ୍ଷ ନା ପ୍ରଶାସନର ଅବହେଳା ପାଇଁ ଘଟିଗଲା ଏତେ ବଡ଼ ଅଘଟଣ ?

ମଧ୍ୟପ୍ରଦେଶ ଇନ୍ଦୋର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ କୂଅର ଛାତ ଭୁଶୁଡ଼ିବା ଘଟଣାର ଆରମ୍ଭ ହୋଇଛି ମାଜିଷ୍ଟ୍ରେଟ ତଦନ୍ତ । ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରୁଛି ତଦନ୍ତକାରୀ ଟିମ୍ । କୂଅଟି କେବେଠୁ ପ୍ରତିଷ୍ଠା ହୋଇଥିଲା । ଏହା କେତେ ସୁରକ୍ଷିତ ଥିଲା ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି ।

ଗତକାଲି ପୂଜାର୍ଚ୍ଚନା ବେଳେ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । କୂଅର ଛାତ ଉପରେ ଭିଡ ବଢ଼ିବାରୁ ଛାତ ଗଳିପଡିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

Leave A Reply

Your email address will not be published.