ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ଆହୁରି ବଢିବ ଖାଇବା ତେଲଦର,ପାମ ଅଏଲ ରପ୍ତାନୀ ଉପରେ ରୋକ ଲଗାଇଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ସମସ୍ତ ସାମଗ୍ରୀର ଦର ବୃଦ୍ଧି ପାଉଥିବା ବେଳେ, ଏବେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ବିଶ୍ୱର ସର୍ବ ବୃହତ୍ତ ପାମ ଅଏଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ । ଇଣ୍ଡୋନେସିଆ ପାମ ଅଏଲର ଉତ୍ପାଦକ ଦେଶ, ହେଲେ ନିଜର ସଂକଟ ସୁଧାରିବାକୁ ଏବେ ରପ୍ତାନୀ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଇଣ୍ଡୋନେସିଆରେ ଲିଟରେ ଖାଇବା ତେଲ ଲାଗି ଏବେ ଲୋକଙ୍କୁ ୨୨ ହଜାର ଟଙ୍କା (ସ୍ଥାନୀୟ ମୁଦ୍ରାରେ) ଦେବାକୁ ପଡୁଛି। ଏଣୁ ଦେଶର ଚାହିଦା ପୂରଣ ଲାଗି ସରକାର ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ୟୁକ୍ରେନ ଓ ଋଷିଆ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ବଡ଼ ଉତ୍ପାଦକ। ବିଶ୍ୱ ବଜାରକୁ ଦୁଇ ଦେଶଙ୍କ ତୈଳ ଯୋଗଦାନ ପ୍ରାୟ ୮୦ ପ୍ରତିଶତ। ତେବେ ଗତ ଫେବୃଆରୀ ୨୪ ତାରିଖରେ ଯୁକ୍ରେନ ଉପରେ ଋଷିଆର ଆକ୍ରମଣ ଘୋଷଣା ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ଏଥିରେ ସାରା ଦୁନିଆର ତୈଳ ଲାଗି ଇଣ୍ଡୋନେସିଆ ଉପରେ ନିର୍ଭର କରିବା ସ୍ଥାନୀୟ ବଜାରରକୁ ଅସନ୍ତୁଳିତ କରିଛି। ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ପାମୋଲିନ ବିକଳ୍ପ ପାଲଟିବା ଇଣ୍ଡୋନେସିଆରେ ଏବେ ଖାଦ୍ୟ ତୈଳ ସଂକଟ ଦେଖା ଦେଇଛି।

ଅତ୍ୟାଧିକ ଚାହିଦା ଯୋଗୁ ଇଣ୍ଡୋନେସିଆରେ ପାମୋଲିନ ଏବେ ସୁନା ଦରରେ ବିକ୍ରି ହେଉଛି। ଶ୍ରୀଲଙ୍କା ଭଳି ଇଣ୍ଡୋନେସିଆର ଅର୍ଥ ବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ଏଣୁ ଏଠାରେ ଶ୍ରୀଲଙ୍କା ଭଳି ମୂଲ୍ୟବୃଦ୍ଧି ଏବେ ଚିନ୍ତାଜନକ ହୋଇଥିବା ବେଳେ ଯେଉଁ ପାମ ଅଏଲର ନିଜେ ରପ୍ତାନୀକାରୀ ଦେଶ ସେହି ଦେଶରେ ତୈଳ ସୁନା ଦରରେ ବିକ୍ରି ହେଉଛି। ଋଷିଆ ଓ ୟୁକ୍ରେନରୁ ସନଫ୍ଲାୱାର ଓ ସୋୟାବିନ ଅଏଲର ରପ୍ତାନୀ ଅଟକିବା ଯୋଗୁ ଇଣ୍ଡୋନେସିଆ କ୍ଷମତାରୁ ବାହାରକୁ ଯାଇ ପାମଅଏଲ ରପ୍ତାନୀ ଆରମ୍ଭ କରିଦେଇଥିଲା। ଫଳରେ ଇଣ୍ଡୋନେସିଆରେ ହିଁ ତୈଳ ଅଭାବ ହୋଇଯାଇଛି।

ଇଣ୍ଡୋନେସିଆରେ ପାମ ଅଏଲର ଏପରିମୂଲ୍ୟ ବୃଦ୍ଧିର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଥିରେ ମୂଲ୍ୟବୃଦ୍ଧିର ସିଧା ପ୍ରଭାବ ଏବେ ଭାରତ ଉପରେ ପଡିଛି। କାରଣ ଇଣ୍ଡୋନେସିଆରୁ ସବୁଠୁ ଅଧିକ କ୍ରୁଡ ପାମ ଅଏଲ(ସିପିଓ) ଭାରତ ଆମଦାନୀ କରିଥାଏ। ଏହାକୁ ଖାଦ୍ୟ ଉପଯୋଗୀ କରିବା ପରେ ବିଭିନ୍ନ ତୈଳ ସହ ମିଶା ଯାଇଥାଏ। ଏହା ଛଡା ପାମ ଅଏଲକୁ କସମେଟିକ୍ ଓ ସାବୁନ ପ୍ରସ୍ତୁତିରେ ମଧ୍ୟ ଉପଯୋଗ କରାଯାଉଥିବାରୁ ପରିସ୍ଥିତିକୁ ଅଧିକ ବିକଟ କରିଛି। ଏଥିଯୋଗୁଁ ପ୍ରୋସେସଡ ଫୁଡ, ବିସ୍କୁଟଠାରୁ ଆରମ୍ଭ କରି କସମେଟିକ୍ସ ମୂଲ୍ୟ ବି ବଢିବ। ସେପଟେ ଇଣ୍ଡୋନେସିଆ ପାମ ଅଏଲ ଏକ୍ସପୋର୍ଟ ବନ୍ଦ ଘୋଷଣା କରିବା ସହ ଆମେରିକାରେ ସୋୟା ତେଲ ମହଙ୍ଗା ହୋଇଯାଇଛି।

ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱଡୋଲୋ କହିଛନ୍ତିଯେ, ଋଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଦରଦାମ୍‌ ଯଥେଷ୍ଟ ବଢ଼ିଯାଇଛି । ଏଭଳି ସ୍ଥିତିରେ ତାଙ୍କ ଦେଶରେ ଯେପରି ଲୋକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାପାଇଁ ନ ପଡ଼ୁ ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଘରୋଇ ବଜାରରେ କିଭଳି ତୈଳ ଦର କମ୍‌ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସେ ଏକ ଭିଡ଼ିଓ ଜାରି କରି କହିଛନ୍ତି ।

Leave A Reply

Your email address will not be published.