ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୀମାରେ ପୁନର୍ବାର ଶାନ୍ତି ବଜାୟ ରଖିବା ନେଇ ରବିବାର ହେବ ଭାରତ-ଚୀନ ଅଧିକାରୀ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମାରେ ଲାଗି ରହିଥିବା ସ୍ଥିତି ନେଇ ପୁଣି ଆଲୋଚନା କରିବେ ଦୁଇ ଦେଶର ବରିଷ୍ଠ ଅଧିକାରୀ । ଏ ନେଇ ଗତକାଲି ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ପ୍ଲାଟଫର୍ମରେ ଆଲୋଚନା ହୋଇଛି । LACର ପଶ୍ଚିମ ସେକ୍ଟରରେ ଲାଗି ରହିଥିବା ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । କିଭଳି ଚୀନ ସେନା ଆହୁରି ପଛକୁ ହଟିବେ ତାହା ଉପରେ ଜୋର ଦେଇଥିଲା ଭାରତ ।

ସେପଟେ ଚୀନ ସୀମାରେ ବିପୁଳ ସେନା ମୁତୟନ କରି ଅଯଥା ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ଜାହିର କରିଆସୁଛି । ଗତବର୍ଷ ଗଲଓ୍ବାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ସୀମାରେ ଅଶାନ୍ତ ପରିସ୍ଥିତି ଲାଗି ରହିଛି । ଅନେକ ଥର ଦୁଇ ଦେଶର ସେନାଙ୍କ ମଧ୍ୟ ବୈଠକ ହୋଇଛି । ତାହା ସ୍ୱତେ ମଧ୍ୟ ପରିସ୍ଥିତିରେ ପ୍ରଭାବ ପଡିନାହିିଁ ।

ଗଲୱାନ ଘାଟିରେ ଭାରତ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି କରିଥିଲା ବିବାଦ । ପାଙ୍ଗୋଗ ହ୍ରଦ କୁ ନେଇ ଉପୁଜିଥିବା ସୀମା ବିବାଦରେ କିଛିଦିନ ହେବ ଭଟ୍ଟା ପଡିଛି । କାରଣ ଦୀର୍ଘ ଦିନର ବାଦ ବିବାଦ ଏବଂ ସଂଘର୍ଷ ପରେ କମାଣ୍ଡ ସ୍ତରୀୟ ଆଲୋଚନା ହୋଇଥିଲା । ଯେଉଁଥିରେ ଶାନ୍ତି ବଜାୟ ରଖିବା ନେଇ ହୋଇଥିଲା ଆଲୋଚନା । ସେପଟେ ପୁଣି ଥରେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ବୈଠକ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.