ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଝି ଆକାଶରେ ଗୁରୁତର ଅସୁସ୍ଥ ହେଲେ ଯାତ୍ରୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ବର : ମଝି ଆକାଶରେ ବିମାନରେ ଥିବା ଜଣେ ଯାତ୍ରୀ ହଠାତ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହା ଫଳରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି।

ସୂଚନାଅନୁସାରେ  କୋଲକାତା ରୁ ହାଇଦ୍ରାବାଦ ଯାଉଥିଲା ଇଣ୍ଡିଗୋ ବିମାନ। ମଝି ଆକାଶରେ ହଠାତ ବିମାନରେ ଥିବା ଜଣେ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଲେ। ଯାହାଫଳରେ ବିମାନଟିର ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ  ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର କଣ୍ଟୋଲରୁମ୍‌ ସହ ଯୋଗାଯୋଗ କରିଥିଲେ। ଯାଥାଶିଘ୍ର ବିମାନଟିକୁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ  ଜରୁରୀ ଅବତରଣ କରାଯାଇଥିଲା। ବିମାନ ଅବତରଣ କରାଯିବା ପରେ ତତକ୍ଷଣାତ ଅସୁସ୍ଥ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

 

 

Leave A Reply

Your email address will not be published.