ଦିଲ୍ଲୀରୁ କତାର ଯାଉଥିବା ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ କଲା ଜରୁରୀ ଅବତରଣ, ଜାଣନ୍ତୁ କାରଣ….

ନୂଆଦିଲ୍ଲୀ : ଭାରତର ବିମାନ ପାକିସ୍ତାନରେ କଲା ଜରୁରୀ ଅବତରଣ। ଦିଲ୍ଲୀରୁ କତାରର ରାଜଧାନୀ ଦୋହାକୁ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ପାକିସ୍ତାନର କରାଚି ‘ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ପ୍ରକୃତରେ ବିମାନଟି ମେଡିକାଲ ଏମରଜେନ୍ସି ପରିସ୍ଥିତି ଯୋଗୁଁ ଏହି ନିଷ୍ପତ୍ତି ନେଇଥିଲା। ଯାହା ଇଣ୍ଡିଗୋ ଏୟାରଲାଇନ୍ସ ସୂଚନା ପକ୍ଷରୁ ସୂଚନା ଦିଆଯାଇଛି।

ଇଣ୍ଡିଗୋ ପକ୍ଷରୁ ଜାରି ସୂଚନା ମୁତାବକ, ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 9E1736 ଦିଲ୍ଲୀରୁ କତାରର ରାଜଧାନୀ ଦୋହାକୁ ଯାଉଥିଲା। ଏହି ଯାତ୍ରା ସମୟରେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଉଡ଼ନ୍ତା ବିମାନରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିପନ୍ନ ହୋଇପଡ଼ିବାରୁ ବିମାନଟି ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌’ଙ୍କଠାରୁ ଜରୁରୀ ଅବତରଣ ନିମନ୍ତେ ଅନୁମତି ମାଗିଥିଲେ। ଯେଉଁଥିରେ କରାଚି ଏୟାର ଟ୍ରାଫିକ ନିୟନ୍ତ୍ରଣ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥିଲା। ଏହାପରେ  ‘କରାଚୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ‘ମେଡିକାଲ୍‌ ଏମର୍ଜେନ୍‌ସି’ କାରଣରୁ ‘ଇଣ୍ଡିଗୋ’ ବିମାନର ପାଇଲଟ୍‌ ‘ ଜରୁରୀ ଅବତରଣ କରିଥିଲେ।

ଅସୁସ୍ଥ ଥିବା ଯାତ୍ରୀଙ୍କୁ ଅବଦୁଲ୍ଲା (୬୦ ବର୍ଷ) ବୋଲି ଜଣା ପଡିଛି ଏବଂ ସେ ନାଇଜେରିଆର ନାଗରିକ। ରିପୋର୍ଟରେ ଦର୍ଶାଯାଇଛି ଯେ କରାଚିରେ ଅବତରଣ କରିବା ପୂର୍ବରୁ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଖବର ଦ୍ୱାରା ଆମେ ଅତ୍ୟନ୍ତ ଦୁଃଖିତ ଏବଂ ମୃତକଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ।

ଅନ୍ୟପଟେ ‘ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ୱେବ୍‌ସାଇଟ୍‌’ ‘ଫ୍ଲାଇଟ୍‌ଆୱେର୍‌’ ଦର୍ଶାଯାଇଛି ଯେ, ଆଜି ସକାଳ ୮.୪୧ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରୁ ‘ଇଣ୍ଡିଗୋ’ ବିମାନ ‘9E1736’ ଉଡ଼ାଣ ଆରମ୍ଭ କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ବିମାନଟି ‘ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା।

Leave a comment